ଭୁବନେଶ୍ବର: ଆଗାମୀ ୧୧ ତାରିଖରେ ରାଜ୍ୟରେ ପାଳିତ ହେବ ମହାଶିବରାତ୍ରୀ। ଏଥିପାଇଁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ କଟକଣା ଜାରି ହୋଇଛି। ଏଥିନେଇ ସବୁ ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ଚିଠି ଲେଖାଯାଇଛି। ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠରେ ସାଧାରଣତଃ ମେଳା ବସିଥାଏ। ହେଲେ ଏଥର ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ଚିଠିରେ କୁହାଯାଇଛି।
The post ଜାଗର ପାଇଁ ଜାରି ହେଲା କଟକଣା: ମେଳା ଓ ଗହଳି ମନା first appeared on Sambad.
from ରାଜ୍ୟ – Sambad https://ift.tt/3bynGaZ
0 Comments