୫୦୦ ନୁହେଁ, ୨୦୦ ଲୋକରେ ବିବାହ ଭୋଜି, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦

ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେବା ଆର୍‌ମ୍ଭ କରିଛନ୍ତି। ଗତ କିଛି ଦିନ ହେଲା ବିବାହ ଭୋଜିରେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା। ଆଜି ଏହି ସଂଖ୍ୟାକୁ ପୁଣି ୨୦୦କୁ ଖସାଇ ଦିଆଯାଇଛି। ଏହା ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ଆଜି ରାତିରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ।

ଏସ୍‌ଆର୍‌୍‌ସିଙ୍କ ନିର୍ଦ୍ଦେଶନାମାରେ କେବଳ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି। ଅନ୍ୟ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ। ଏଥିରେ ସ୍ପଷ୍ଟ କରାଯାଇଛି ଯେ କୌଣସି ହଲ୍‌ରେ ବିବାହ ଭୋଜି ହେଲେ ହଲ୍‌ କ୍ଷମତାଠାରୁ ୫୦%ରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ। ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ। ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ। ସବୁ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର୍‌ ଓ ପୁଲିସ୍‌ କମିସନର୍‌ କୋଭିଡ୍‌ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ୫୦୦ ନୁହେଁ, ୨୦୦ ଲୋକରେ ବିବାହ ଭୋଜି, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ first appeared on Sambad.

from ରାଜ୍ୟ | Sambad https://ift.tt/2Pq8NOY

Post a Comment

0 Comments