ଏବେ ୪୫ରୁ ଅଧିକ ବୟସ୍କଙ୍କୁ ଟିକା, ଏପ୍ରିଲ୍‌ ପହିଲାରୁ ଲାଗୁ ହେବ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଦେଶର ୪୫ ବର୍ଷ ଓ ତା’ଠାରୁ ବୟସ୍କ ନାଗରିକମାନଙ୍କ କୋଭିଡ୍‌ ଟିକାକରଣ କରାଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଗତ ଜାନୁଆର୍‌ି ମାସରେ ଦେଶରେ ଆର୍‌ମ୍ଭ ହୋଇଥିବା ବିଶ୍ବର ଏହି ସର୍ବାଧିକ ଟିକାକରଣ ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରି ଏପରି ନୂତନ ବର୍ଗର ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ସଂପୃକ୍ତ ହିତାଧିକାରୀମାନେ ତୁରନ୍ତ ଏଥିପାଇଁ ନିଜର ନାମ ପଞ୍ଜୀକରଣ କରାଇ ନେବା ଲାଗି ସେ ନିବେଦନ କରିଛନ୍ତି। ଏଥିପାଇଁ ସେମାନଙ୍କୁ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବାର କୌଣସି ଡାକ୍ତରୀ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟତକା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୪.୮୫ କୋଟି ନାଗରିକ ଅତି କମ୍‌ରେ କୋଭିଡ୍‌ ଟିକାର ଗୋଟିଏ ମାତ୍ରା ଗ୍ରହଣ କରିଥିବା ବେ​ଳେ ପାଖାପାଖି ୮୦ ଲକ୍ଷ ଦେଶବାସୀ ଟିକାର ଦ୍ବିତୀୟ ମାତ୍ରା ନେଇ ସାରିଛନ୍ତି। ସେହିପରି ଦେଶରେ ବର୍ତ୍ତମାନ କେବଳ ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଜାରି ରହିଛି। ଅପରପକ୍ଷେ, ପୂର୍ବରୁ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରା ନେବାର ୪ ସପ୍ତାହ ପରେ ଦ୍ବିତୀୟ ମାତ୍ରା ନେବାକୁ ପରାମର୍ଶ ଥିବା ବେଳେ ଏଣିକି ଦୁଇ ମାତ୍ରା ମଧ୍ୟରେ ସମୟ ବ୍ୟବଧାନକୁ ୬ରୁ ୮ ସପ୍ତାହ ଯାଏ ବଢ଼ାଇଦେବାକୁ କେନ୍ଦ୍ର ସରକାର ଗତକାଲି ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛନ୍ତି। ସର୍ବୋପରି ଟିକାକରଣରେ ଅଧିକରୁ ଅଧିକ ନାଗରିକଙ୍କୁ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। କରୋନା ଭୂତାଣୁ ଟାସ୍କ ଫୋର୍ସର ପରାମର୍ଶକ୍ରମେ ଏହି ନୂତନ ବର୍ଗର ହିତାଧିକାରୀଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଛି ଏବଂ ଏଥିପାଇଁ ଟିକାର ଅଭାବ ନାହିଁ ବୋଲି ଶ୍ରୀ ଜାଭଡ଼େକର କହିଛନ୍ତି।

The post ଏବେ ୪୫ରୁ ଅଧିକ ବୟସ୍କଙ୍କୁ ଟିକା, ଏପ୍ରିଲ୍‌ ପହିଲାରୁ ଲାଗୁ ହେବ first appeared on Sambad.

from ରାଜ୍ୟ | Sambad https://ift.tt/3flWAGn

Post a Comment

0 Comments