
ଭୁବନେଶ୍ବର : ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେଲେନାହିଁ। ଆସନ୍ତାକାଲି ବିଜେପି ବିଧାୟକମାନେ ବିଧାନସଭାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ଘର ନବୀନ ନିବାସ ଯିବେ। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ବସି ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ।
ସୂଚନାଯୋଗ୍ୟ, ଧାନ କିଣା ଅବ୍ୟବସ୍ଥା ନେଇ ୫ ଦିନ ହେଲାଣି ବିଧାନସଭା ଅଚଳ ହେଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଉଁ କି ଚୁଁ କିଛି କହିନାହାନ୍ତି। ବିଜେପି ଦଳ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଅଟଳ ରହିବାରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଫେଲ୍ ମାରିଛି। ଗୃହର ଏପରି ଅଚଳାବସ୍ଥା ଦୂର କରିବା ପାଇଁ ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ସକାଳେ ଚିଠି ଲେଖିଥିଲେ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀ ବିଧାନସଭା ପ୍ରକୋଷ୍ଠ, ଲୋକସେବା ଭବନ କିମ୍ବା ନବୀନ ନିବାସରେ କରିବାକୁ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ।
The post ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯିବେ ବିଜେପି ବିଧାୟକ: ମୋହନ ମାଝୀ first appeared on Sambad.from ରାଜ୍ୟ | Sambad https://ift.tt/3ttSq2M
0 Comments