
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତମାସ ୩ତାରିଖ ପରେ ରାଜ୍ୟରେ ଗୋଟିଏ ଦିନରେ ୮୨ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୪୦୫କୁ ବୃଦ୍ଧି ପାଇଛି।
୨୦ ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ମୟୂରଭଞ୍ଜରେ ୧୧ଜଣ ଚିହ୍ନଟ ହୋଇଛନ୍ତି। ମାତ୍ର ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଥିବାରୁ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୩.୯ ପ୍ରତିଶତକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫,୪୦୧ କୋଭିଡ୍ ନମୁନା ପରୀକ୍ଷା କରାଯାଇଛି। ହେଲେ ମୋଟ ଭାବେ ୮୬ଲକ୍ଷ ୮୭ହଜାର ୧୩୩ ନମୁନା ପରୀକ୍ଷା ହୋଇ ସାରିଲାଣି। ଅପରପକ୍ଷରେ ରାଜ୍ୟରେ ଆଜି ୬୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୮୫୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୫୭୭ଜଣ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ବୌଦ୍ଧ ଓ ମାଲକାନଗିରିରେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି।
The post କରୋନା ସଂକ୍ରମଣ ସାମାନ୍ୟ ବଢ଼ିଲା, ୧୪ଦିନ ପରେ ସର୍ବାଧିକ ୮୨ ଆକ୍ରାନ୍ତ ଚିହ୍ନଟ first appeared on Sambad.from ରାଜ୍ୟ | Sambad https://ift.tt/30Suv0D
0 Comments