
ବ୍ରହ୍ମପୁର: କରୋନାର ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାକୁ ପୁଣି କରୋନା ଫେରିଛି। ଯଦିଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିନାହିଁ। ତେବେ ସ୍ଥାନୀୟ ଟାଟା ପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)ର ଜଣେ ପଦସ୍ଥ ଅଧିକାରୀ କରୋନା ସଂକ୍ରମିତ ହେବା ପରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଆର୍ଡିସି ଅଫିସ୍ ସମ୍ମୁଖସ୍ଥ ଟାଟା ପାୱାରର ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି। ଆଜି ଉକ୍ତ କାର୍ଯ୍ୟାଳୟର ସମସ୍ତ କୋଠରୀକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ସଂପୃକ୍ତ ପଦସ୍ଥ ଅଧିକାରୀଙ୍କ ସମେତ ୫ରୁ ୬ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, କରୋନା ସଂକ୍ରମିତ ପଦସ୍ଥ ଅଧିକାରୀ ଜଣକ ବର୍ତ୍ତମାନ ଭୁବନେଶ୍ବର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଟାଟା ପାୱାର କମ୍ପାନିରେ ରାଜ୍ୟ ବାହାରର ବହୁ ପଦସ୍ଥ ଅଧିକାରୀ ଓ କର୍ମଚାରୀ ରହିଥିବାବେଳେ ସେମାନେ ଗତ କିଛିଦିନ ପୂର୍ବେ ରାଜ୍ୟ ବାହାରକୁ ଯାଇ ବ୍ରହ୍ମପୁର ଫେରିଛନ୍ତି। ସେମାନଙ୍କ ସ˚ସ୍ପର୍ଶରେ ଆସି ଟାଟା ପାୱାରର ମୁଖ୍ୟ କାର୍ଯ୍ୟାଳୟର ୫ରୁ ୬ଜଣ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୁପ ଆଗାମୀ ୭ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ରହିବାକୁ ଟାଟା ପାୱାର ମୁଖ୍ୟାଳୟରୁ ଲିଖିତ ନିର୍ଦ୍ଦେଶ ଆସିଥିବା କୁହାଯାଉଛି। ରାଜ୍ୟ ବାହାରୁ ଆସିଥିବା ପଦସ୍ଥ ଅଧିକାରୀ ସହରର ବିଭିନ୍ନ ଲଜି˚ ଓ ହୋଟେଲରେ ରହୁଥିବା ବେଳେ ସେମାନଙ୍କ ସ˚ସ୍ପର୍ଶରେ ଆସୁଥିବା ହୋଟେଲ କର୍ମଚାରୀ ଓ ବିଭାଗର ଅନ୍ୟ କର୍ମଚାରୀଙ୍କ ମହଲରେ ଛନକା ଦେଖାଦେଇଛି।
The post ଟାଟା ପାୱାରର ଅଧିକାରୀ କରୋନା ସଂକ୍ରମିତ, ସପ୍ତାହେ ପାଇଁ କାର୍ଯ୍ୟାଳୟ ବନ୍ଦ first appeared on Sambad.from ରାଜ୍ୟ | Sambad https://ift.tt/3eMvurj
0 Comments