
ଯାଜପୁର/ଟାଉନ: ରାଜ୍ୟଠାରୁ ଦିଲ୍ଲୀ ଯାଏଁ ଏବେ ଧାନକିଣାକୁ ନେଇ ତାତି ଲାଗି ରହିଛି। ଏହିଭଳି ଏକ ପରିସ୍ଥିତିରେ ଯାଜପୁରରୁ ଏକ ସଙ୍ଗୀନ୍ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ସୁଦ୍ଧା ୨.୧ ଲକ୍ଷ କୁଇଣ୍ଟାଲ ଅଧିକ ଧାନ କିଣା ସରିଲାଣି। ଏହାବାଦ୍ ୧୧ହଜାର ଚାଷୀଙ୍କର ଟୋକାନ ଧାନ କିଣା ଯାଇ ନ ପାରିବାରୁ ନାକଚ ହୋଇଯାଇଛି।
ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ୧୦ ବ୍ଲକ୍ ମଧ୍ୟରୁ ୮ଟି ବ୍ଲକ୍ ରେ ମହାବନ୍ୟା ହେବା ଦ୍ବାରା ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ଏଥିପାଇଁ ସରକାର କୃଷି ବୀମା ସହାୟତା ରାଶି ଘୋଷଣା କରିଥିଲେ। ଅଥଚ ଗତବର୍ଷ ଠାରୁ ଏବେ ସୁଦ୍ଧା ୨ଲକ୍ଷ ୧୦ହଜାର କୁଇଣ୍ଟାଲ ଧାନ ଅଧିକ କିଣାଯାଇଛି ବୋଲି ସରକାରୀ କାଗଜପତ୍ର କହୁଛି। ଏହାସତ୍ତ୍ବେ ବି ୧୧ହଜାର ଚାଷୀଙ୍କର ଟୋକାନ ଧାନ କିଣା ଯାଇ ନପାରିବାରୁ ନାକଚ ହୋଇଯାଇଛି। ଯାହାକି ହାରାହାରି ୩ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଚାଷୀ ବିକ୍ରି କରିପାରିନାହାନ୍ତି ବୋଲି ଆକଳନ କରାଯାଇଛି। ତେବେ ମହାବନ୍ୟା ସତ୍ତ୍ବେ ଏତେ ପରିମାଣର ଧାନ ଆସିଲା କେଉଁଠୁ? ଏହି ବ୍ୟାପକ ପରିମାଣ ଧାନ କାହାର? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉଲ୍ଲେଖେଯାଗ୍ୟ ଯେ, ଯାଜପୁର ଜିଲ୍ଲାରେ ଗତବର୍ଷ ୧୧ଲକ୍ଷ ୧୭ହଜାର ୮୪୧କୁଇଣ୍ଟାଲ ଖରିଫ ଧାନ କ୍ରୟ ସରକାର କ୍ରୟ କରିଥିବାର ଦର୍ଶାଇଥିଲେ। ଚଳିତବର୍ଷ ଏବେ ସୁଦ୍ଧା ୧୩ ଲକ୍ଷ ୨୬ହଜାର ୫୨୪କୁଇଣ୍ଟାଲରୁ ଅଧିକ ଧାନ କ୍ରୟ କଲେଣି। ଏହା ସତ୍ତ୍ବେ ଗତକାଲି ସୁଦ୍ଧା ୧୧ହଜାରରୁ ଅଧିକ ଚାଷୀ ଟୋକନରେ ଧାନ ବିକି କରିପାରିନାହାନ୍ତି। ୩ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଏବେ ବି ଚାଷୀଙ୍କ ନିକଟରେ ରହିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସରକାରୀ ଚାଉଳ ରିସାଇକ୍ଲିଂର ତୃଣମୂଳରେ ଧାନ କିଣାବିକା କାଗଜପତ୍ରରେ ଚାଲିଛି ବୋଲି ମଧ୍ୟ କେହି କେହି ମତ ପ୍ରକାଶ କରିଛନ୍ତି। ଏହାର ବିଧିବଦ୍ଧ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ଚିତ୍ର ଲୋକଲୋଚନକୁ ଆସିବା ସହିତ ହଜାର ହଜାର ଧାନଚାଷୀ ପ୍ରତି ବର୍ଷ ଶୋଷଣରୁ ମୁକ୍ତି ପାଇବେ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
The post କାଗଜପତ୍ରରେ ଚାଲିଛି ଧାନ କିଣା, ୨.୧ଲକ୍ଷ କୁଇଣ୍ଟାଲ ଅଧିକ ଧାନ କ୍ରୟ ପରେ ବି ୧୧ହଜାର ଟୋକନ୍ ନାକଚ first appeared on Sambad.from ରାଜ୍ୟ | Sambad https://ift.tt/2P1btlY
0 Comments