
ରାୟଗଡ଼ା: ଦିନିକିଆ ରାୟଗଡ଼ା ଗସ୍ତରେ ଆସି ବିଶାଖାପାଟଣା ଡିଆରଏମ୍ ଚେତନ କୁମାର ଶ୍ରୀବାସ୍ତବ ସ୍ଥିତି ସମୀକ୍ଷା କରିଛନ୍ତି। ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ସକାଳ ୯ଟା ୩୦ ମିନିଟରେ ପହଞ୍ଚିବା ପରେ ଷ୍ଟେସନ ସମ୍ମୁଖରେ ନିର୍ମାଣ କରାଯାଇଥିବା ସୁଉଚ୍ଚ ଜାତୀୟ ପତାକାକୁ ଉଦଘାଟନ କରିଥିଲେ। ପରେ ନିର୍ମାଣାଧୀନ ନୂତନ ଷ୍ଟେସନ ବିଲ୍ଡିଂ ବୁଲି ଦେଖିଥିଲେ। ଏପ୍ରିଲ ପରଠାରୁ ବନ୍ଦ ଥିବା ଅଧିକାଂଶ ଟ୍ରେନ ଚାଲିବାକୁ ଥିବାରୁ ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି ବୋଲି ଡିଆରଏମ କହିଥିଲେ।
ଚଳିତ ବର୍ଷରୁ ରାୟଗଡ଼ା ନୂଆ ରେଳ ଡିଭିଜନ କାମ ଜୋରସୋରରେ ଆରମ୍ଭ ହେବ ବୋଲି ଡିଆରଏମ ସୂଚନା ଦେଇଥିଲେ। ଏଥି ସହିତ କରୋନା ପରଠାରୁ ୧ ବର୍ଷ ହେଲା ଚଳାଚଳ ବନ୍ଦ ଥିବା ହୀରାଖଣ୍ଡ ଏକ୍ସପ୍ରେସକୁ ପୁଣି ଟ୍ରାକକୁ ଫେରାଇବା ପାଇଁ ରେଲୱେ ବୋର୍ଡ଼କୁ ପ୍ରସ୍ତାବ ପଠାଯାଇଛି। ଖୁବ ଶୀଘ୍ର ହୀରାଖଣ୍ଡ ଏକ୍ସପ୍ରେସ ଚାଲିବ। କରୋନା ଯୋଗୁ ସମସ୍ତ ଷ୍ଟେସନରେ ସଫେଇ କାମ ସମେତ ସୁରକ୍ଷାଜନିତ କାର୍ଯ୍ୟର ସମୀକ୍ଷା କରାଯିବ।
ରାୟଗଡ଼ା-ବିଶାଖାପାଟଣା ୩ ନମ୍ବର ଲାଇନ କାମ ସହିତ ରାୟଗଡ଼ାରୁ କୋରାପୁଟ ପର୍ଯ୍ୟନ୍ତ ସମସ୍ତ ଷ୍ଟେସନରେ ଅଟକି ସ୍ଥିତି ସମୀକ୍ଷା କରିବେ ବୋଲି କହିଛନ୍ତି ଡିଆରଏମ। ଡିଆରଏମଙ୍କ ସହିତ ଡିଇନ (କୋଆର୍ଡିନେଶନ) ପ୍ରଦୀପ ଯାଦବ, ସିନିଅର ଡିସିଏମ ଏ କେ ତ୍ରିପାଠୀ ଓ ଡିଓଏମ କିଶୋର କୁମାର ପ୍ରମୁଖ ଏହି ଗସ୍ତରେ ଆସିଛନ୍ତି।
The post ରାୟଗଡ଼ା ଗସ୍ତରେ ବିଶାଖାପାଟଣା ଡିଆରଏମ୍: ପୁଣି ହୀରାଖଣ୍ଡ ଏକ୍ସପ୍ରେସ ଚାଲିବା ନେଇ ଦେଲେ ସୂଚନା first appeared on Sambad.
from ରାଜ୍ୟ – Sambad https://ift.tt/3lgaz19
0 Comments