ଟ୍ରେନ୍‌ ଧକ୍କାରୁ ହାତୀକୁ ବଞ୍ଚାଇବ ଡିଭାଇସ୍, ପେଟେଣ୍ଟ କଲା ଭାରତ ସରକାର

ଭୁବନେଶ୍ବର : ଟ୍ରେନ୍ ଧକ୍କାରେ ହାତୀକୁ ବଞ୍ଚାଇବ ଡିଭାଇସ୍‌। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଏହି ଡିଭାଇସକୁ ଭାରତ ସରକାର ପେଟେଣ୍ଟ କରିବା ସହ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ କରିଛନ୍ତି। ରେଳ ବିଭାଗ, ଜଙ୍ଗଲ ବିଭାଗ ପକ୍ଷରୁ ଏହି ପ୍ରକଳ୍ପକୁ କିଭଳି କାର୍ଯ୍ୟକାରୀ କରାଯାଇ ପାରିବ, ଏଥିପାଇଁ ପ୍ରକଳ୍ପର ଗାଇଡ୍‌ ପ୍ରଫେସର ସୁଜାତା ଚକ୍ରବର୍ତ୍ତୀ, ୩ ଗବେଷକ ପାୟଲ ଭଦ୍ରା, ଅଭିଜିତ ବଲବନ୍ତରାୟ, ସୁଜିତ ସାହୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଭୟ ବିଭାଗର ଅଧିକାରୀଙ୍କୁ ଏହି ପ୍ରକଳ୍ପର ଲାଭ ଉଠାଇବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

ଭାରତ ସରକାରଙ୍କ ରିପୋର୍ଟ ଅନୁଯାୟୀ, ୪ ବର୍ଷ ମଧ୍ୟରେ ଟ୍ରେନ୍‌ ଧକ୍କାରେ ଦେଶରେ ୪୯ ହାତୀଙ୍କ ଜୀବନ ଯାଇଛି। ହାତୀ ଚଲାପଥରେ ରେଳପଥ ନିର୍ମାଣ ଯୋଗୁଁ ବିଭିନ୍ନ ସମୟରେ ଟ୍ରେନ୍‌ ଧକ୍କାରେ ହାତୀଙ୍କ ଜୀବନ ଯାଇଛି। ଓଡ଼ିଶାରେ ବାରମ୍ବାର ଏହିଭଳି ଘଟଣା ଘଟି ଆସିଛି। ପ୍ରତିବର୍ଷ ଏହିଭଳି ଅନେକ ଘଟଣା ଘଟୁଛି। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଏହି ଡିଭାଇସ୍‌ ମାଧ୍ୟମରେ ରେଳଓ୍ବେ କ୍ରସିଂ ଜୋନ୍‌ରେ ୧୦୦ ମିଟର ଦୂରରେ ୩ଟି ସୁରକ୍ଷା ଜୋନ୍‌ରେ ତିନୋଟି ସେନସର୍‌ ରହିବ। ଏହା ଜରିଆରେ ଚାଳକ ହାତୀ ଆସିବା ସମ୍ପର୍କରେ ଆଗୁଆ ଅବଗତ ହେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ। ଏହି ଡିଭାଇସ୍‌ ହାତୀ ମୃତ୍ୟୁ ରୋକିବାରେ ଉପଯୋଗୀ ହୋଇପାରିବ ବୋଲି ଆଶା ରହିଛି।

The post ଟ୍ରେନ୍‌ ଧକ୍କାରୁ ହାତୀକୁ ବଞ୍ଚାଇବ ଡିଭାଇସ୍, ପେଟେଣ୍ଟ କଲା ଭାରତ ସରକାର first appeared on Sambad.

from ରାଜ୍ୟ | Sambad https://ift.tt/3cr85KH

Post a Comment

0 Comments