
ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବକମାନଙ୍କର ପ୍ରେରଣାର ଉତ୍ସ ବିଜୁ ବାବୁଙ୍କ ୧୯୩୨ ମସିହାରେ କଟକ ରେଭେନ୍ସା କଲେଜ ଠାରୁ ସୁଦୂର ପାକିସ୍ଥାନର ପେଶୱାର ପର୍ଯ୍ୟନ୍ତ ଦୀର୍ଘ ୪୫୦୦ ମାଇଲର ଦୁଃସାହସିକ, ଐତିହାସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଏହି ଶୋଭାଯାତ୍ରା କରିଥିଲା। ଏହି ବିଶାଳ ସାଇକେଲ ଶୋଭାଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିବା ଯୁବ/ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ନେତା ତଥା ଓଡିଶା କ୍ଷୁଦ୍ର ଶିଳ୍ପନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଏହି ବିଶାଳ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଆଜି ସକାଳ ୬ ଘଟିକା ସମୟରେ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଯୁବ/ଛାତ୍ର ଏହି ସାଇକେଲ ଶୋଭାଯାତ୍ରାରେ ନିଜକୁ ସାମିଲ କରିଥିଲେ। ଏହି ଶୋଭାଯାତ୍ରା ଆନନ୍ଦଭବନ ଠାରୁ ବାହାରିବା ପରେ ନେତାମାନେ ଜୋବ୍ରା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ଜାତୀୟ ରାଜପଥ ଦେଇ ଗୋପାଳପୁର, ଫୁଲନଖରା, ପାହାଳ, ପଳାଶୁଣୀ, ରସୁଲଗଡ, ବାଣୀବିହାର, ରାମମନ୍ଦିର, ଏଜି ଛକ, ଫରେଷ୍ଟ ପାର୍କ ଛକ ଏବଂ ଭୁବନେଶ୍ୱର ବିମାନ ବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରେ ପହଞ୍ଚିଥିଲା।
ପ୍ରତ୍ୟେକ ଯୁବ ଓ ଛାତ୍ରଙ୍କୁ ବହୁ ସ୍ଥାନରେ ବିଭିନ୍ନ ସାମାଜିକ ସଂଗଠନ ଏବଂ ଜନସାଧାରଣମାନେ ବାଜା ବଜାଇ ଓ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଥିଲେ। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ରଞ୍ଜିତ ମହାପାତ୍ର, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଛାତ୍ର ବ୍ୟାପାର) ତନ୍ମୟ ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଧୃତିରଞ୍ଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡା, ଉପସଭାପତି ସୋଫିଆ ଆଲାମ, ସୁନିଲ ପଣ୍ଡା, କଟକ ଜୋନ୍ ସଭାପତି ଶୁଭ୍ରାଂଶୁ ନାରାୟଣ ମିଶ୍ର, ଭୁବନେଶ୍ୱର ଜୋନ୍ ସଭାପତି ବିଜୟକେତନ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରଜିତ୍ ପାଢୀ, ତାରିଣୀ ପ୍ରସାଦ ନାୟକ, ମଧୁସ୍ମିତା ନାୟକ, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, କାର୍ଯ୍ୟକାରୀ ସଭାପତି ମଞ୍ଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେହୁରିଆ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ୍ ସ୍ୱାଇଁ, ମହାସଚିବ ଇପ୍ସିତା ସାହୁ, ବରିଷ୍ଠ ଉପସଭାପତି ସ୍ୱାଗତିକା ପଟ୍ଟନାୟକ, ଉପସଭାପତି ପ୍ରଦୋଷ ପରିଡା, ଚିନ୍ମୟ କୁମାର ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର, ସମ୍ବିତ ଅଭିଷେକ ବେହେରା, ସୁଜିତ ପାଲଟାସିଂହଙ୍କ, କଟକ ଜୋନ୍ ଛାତ୍ର ସଭାପତି ସ୍ମୃତିରଞ୍ଜନ ଦାସ, କଟକ ନଗର ସଭାପତି ସଞ୍ଜୟ ପଟ୍ଟନାୟକ, ଭୁବନେଶ୍ୱର ଜୋନ୍ ଛାତ୍ର ସଭାପତି ଭଗବାନ ପରିଡା, ଭୁବନେଶ୍ୱର ଜିଲ୍ଲା ସଭାପତି ସୁବାସ ସାହୁଙ୍କ ସମେତ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ ଭୁବନେଶ୍ୱର, କଟକ ଜିଲ୍ଲାର ସମସ୍ତ ଜିଲ୍ଲା କର୍ମକର୍ତାମାନେ ଯୋଗ ଦେଇ ଏହି ବିଶାଳ ସାଇକେଲ ଶୋଭାଯାତ୍ରାକୁ ସଫଳ କରିଥିଲେ।ଦଳ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି।
The post ବିଜୁଙ୍କ ପାଇଁ ସାଇକେଲ୍ ଗଡ଼ାଇଲେ ବିଜେଡି ନେତା first appeared on Sambad.
from ରାଜ୍ୟ – Sambad https://ift.tt/3uXhoco
0 Comments