ପରଦା: ଅଭିନୟ ପାଇଁ ୨୦ ବର୍ଷର ଚାକିରି ଛାଡ଼ିଥିଲେ ଅମରେଶ୍ ପୁରୀ

ଦୀର୍ଘ ୩ ଦଶନ୍ଧି ଧରି ବଲିଉଡ୍‌ରେ ରାଜୁତି କରିଥିବା ମହାନ୍‌ ଖଳନାୟକ ଅମରେଶ ପୁରୀଙ୍କ ସଂଘର୍ଷ କାହାଣୀ ସଂପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ତେବ‌େ ଏହି ଦିବଂଗତ କଳାକାରଙ୍କ ସଂପର୍କରେ ଏକ ଅନାଲୋଚିତ କଥା ଏବେ ସାମ୍ନାକୁ ଆସିଛି। ବଲିଉଡ୍‌ରେ ଅଭିନୟ ପାଇଁ ଅମରେଶ୍‌ ୨୦ ବର୍ଷର ଚାକିରି ଛାଡ଼ି ଦେଇଥିଲେ। ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ସେ ଏକ ବୀମା କମ୍ପାନିରେ କାମ କରୁଥିଲେ। ପାଖାପାଖି ୨୦ ବର୍ଷ କାମ କରିବା ପରେ ସେ ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ଇଚ୍ଛା କରିଥିଲେ। ତେଣୁ ସେ ଚାକିରି ଛାଡ଼ି ମୁମ୍ବାଇ ପଳାଇ ଆସିଥିଲେ। ସେହିଠାରୁ ତାଙ୍କ ଅସଲ ସଂଘର୍ଷ ଆରମ୍ଭ ହୋଇଯାଇଥିଲା।

ଅଭିନୟ ପାଇଁ ସେ ବିଭିନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅନୁରୋଧ କଲେ। କିନ୍ତୁ ତାଙ୍କ ଚେହେରା ପାଇଁ ତାଙ୍କୁ ସବୁଠି ‘ପ୍ରତ୍ୟାଖ୍ୟାନ’ ମିଳିଥିଲା। କିନ୍ତୁ ଏକଜିଦିଆ ଅମରେଶ ଘରକୁ ନ ଫେରି ମଞ୍ଚ ନାଟକରେ ଅଭିନୟ ଆରମ୍ଭ କଲେ। ଏହା ଭିତରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସଂଳାପକ ସତ୍ୟଦେବ ଦୁବେଙ୍କ ସହାୟକ ଭାବେ କାମ ପାଇଗଲେ। କାମରେ ସହଯୋଗ କରୁ କରୁ ତାଙ୍କୁ ୧୯୭୦ରେ ‘ରେଶମା ଔର୍ ସେରା’‌ରେ ସହଯୋଗୀ ଖଳନାୟକ ଭାବେ ଅଭିନୟ କରିବାକୁ ସୁଯୋଗ ମିଳିଲା। ଏହାପରେ ଅମରେଶ ଆଉ ପଛକୁ ଫେରି ଚାହିଁ ନଥିଲେ। ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡ୍‌ର ‘ମୋଗାମ୍ବୋ’ ହୋଇଯାଇଥିଲେ। ଆଜି ବି ତାଙ୍କର ସେଇ ଚର୍ଚ୍ଚିତ ଡାଏଲଗ୍‌ ‘ମୋଗାମ୍ବୋ ଖୁସ୍‌ ହୁଆ’ ନୂଆପିଢ଼ି ଉଚ୍ଚାରଣ କରୁଥିବା ଶୁଣିବାକୁ ମିଳେ।

The post ପରଦା: ଅଭିନୟ ପାଇଁ ୨୦ ବର୍ଷର ଚାକିରି ଛାଡ଼ିଥିଲେ ଅମରେଶ୍ ପୁରୀ first appeared on Sambad.

from ରାଜ୍ୟ | Sambad https://ift.tt/3cUwg3h

Post a Comment

0 Comments