ଓପିଏସ୍‌ସି ଅଧ୍ୟକ୍ଷ ପଦଭାର ଗ୍ରହଣ କଲେ ସତ୍ୟଜିତ ମହାନ୍ତି

କଟକ : ଓଡ଼ିଶା ଅଗ୍ନିଶମ ସେବାର ନିର୍ଦ୍ଦେଶକ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଆଇପିଏସ୍‌ ଅଧିକାରୀ ଡକ୍ଟର ସତ୍ୟଜିତ ମହାନ୍ତି ଆଜି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ସୋମବାର ଡକ୍ଟର ମହାନ୍ତି ଓପିଏସ୍‌ସି କାର୍ଯ୍ୟାଳୟରେ ଉପସ୍ଥିତ ରହି ପଦ ଗ୍ରହଣ କରିବା ସହ ଶପଥ ନେଇଥିଲେ। ପଦ ଗ୍ରହଣ ସମୟରେ ଓପିଏସ୍‌ସି ସଦସ୍ୟ ବିଭୂତି ପଟ୍ଟନାୟକ, ପ୍ରଫେସର ଡକ୍ଟର ସୁଧା˚ଶୁ ରଥ, ନିର˚ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ କାର୍ଯ୍ୟାଳୟର କର୍ମଚାରୀମାନେ ନୂତନ ଅଧ୍ୟକ୍ଷଙ୍କୁ ସ୍ବାଗତ ଜଣାଇଥିଲେ।

ଡକ୍ଟର ସତ୍ୟଜିତ ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍‌ ସେବାରେ ଯୋଗ ଦେଇଥିଲେ। ୩୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏସ୍‌ପି, ଅତିରିକ୍ତ ଡିଜି, ଡିଜି ଭାବେ କାର୍ଯ୍ୟ କରିଛନ୍ତି। ଏହା ଅତିରିକ୍ତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ ବିଭାଗ, ରାଜ୍ୟ ପୁଲିସ୍‌ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ଏକାଡେମି, ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ, କଟକ-ଭୁବନେଶ୍ବର କମିସନରେଟ ପୁଲିସ୍‌ରେ ଗୁରୁତ୍ବପୂର୍ଣ୍ଣ ପଦବିରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ କାରାଗାର ବିଭାଗ, ରାଜ୍ୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଏବ˚ ଶେଷରେ ଅଗ୍ନିଶମ, ଗୃହରକ୍ଷୀ ଓ ସିଭିଲ ଡିଫେନ୍ସ ସ˚ସ୍ଥାର ମହାନର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ନିଜର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପୁଲିସ୍‌ ଉଲ୍ଲେଖନୀୟ ସେବା ପଦକ, ପୁଲିସ୍‌ ବିଶିଷ୍ଟ ସେବା ପଦକ, ପୁଲିସ୍‌ ଆନ୍ତରିକ ସୁରକ୍ଷା ସେବା ପଦକ ପାଇଛନ୍ତି।

The post ଓପିଏସ୍‌ସି ଅଧ୍ୟକ୍ଷ ପଦଭାର ଗ୍ରହଣ କଲେ ସତ୍ୟଜିତ ମହାନ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3bNXkk8

Post a Comment

0 Comments