
ଭୁବନେଶ୍ବର: ୨ଦିନ ସ୍ଥିର ରହିବା ପରେ ରାଜ୍ୟରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବାର ସୂଚନା ମିଳିଛି। ଆଜି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ସର୍ବାଧିକ ୯୭ଟଙ୍କା ୧୪ ପଇସା ରହିଛି।
ଅପରପକ୍ଷରେ କାଲିମେଳାରେ ଆଜି ଡିଜେଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସାରେ ପହଞ୍ଚିଛି। ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର। ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ଶହେ ଟପିଛି ମାରିଛି ସ୍ପିଡ୍ ପେଟ୍ରୋଲର ଦର। ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି।
ଠିକ୍ ସେହିପରି ଯୋଡ଼ାରେ ପେଟ୍ରୋଲର ଲିଟର ପ୍ରତି ଦର ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି। ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି। ସମ୍ବଲପୁର ଓ ବ୍ରହ୍ମପୁରରେ ଡିଜେଲ ଦର ୮୯ଟଙ୍କାରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି।
The post ରାଜ୍ୟରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: କାଲିମେଳାରେ ସର୍ବାଧିକ ୯୭ ଟଙ୍କା ୧୪ ପଇସା first appeared on Sambad.
from ରାଜ୍ୟ – Sambad https://ift.tt/3qKuqr7
0 Comments