ନବରଙ୍ଗପୁର: ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ। ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏହି ଘଟଣା। ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗାଁର ବିଭୀଷଣ ମାଳିଙ୍କ ବାଡ଼ିରେ ଥିବା ଶୁଖିଲା କୂଅରେ ଭାଲୁ ପଡ଼ିଛି। ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ ଅନ୍ଧାରରେ ସ୍ପଷ୍ଟ ଭାବେ ଦେଖି ନ ପାରି କୂଅର ଖାଲ ଭିତରକୁ ଖସିପଡ଼ିଛି।
ଖାଦ୍ୟ ପାଇଁ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଭାଲୁମାନେ ଗାଁମୁହାଁ ହେଉଥିବା ବେଳେ ଏ ଭଳି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଭାଲୁକୁ ଉଦ୍ଧାର କରାଯିବ ବୋଲି ସୂଚନା ରହିଛି।
The post ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ, ଦେଖନ୍ତୁ ଭିଡିଓ first appeared on Sambad.
from ରାଜ୍ୟ – Sambad https://ift.tt/3pKbhEz
0 Comments