‘କଥା’ର ବାର୍ଷିକୋତ୍ସବ ମାର୍ଚ୍ଚ ୧୩ରେ

ଭୁବନେଶ୍ବର : ‘ସମ୍ବାଦ’ ଗ୍ରୁପ୍‌ର ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ର ୩୪ତମ ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ୧୩ ତାରିଖ ଶନିବାର ସନ୍ଧ୍ୟା ୬ଟାରେ ଭୁବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦିଲ୍ଲୀ ପ୍ରେସ୍‌ର ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ଶ୍ରୀ ପରେଶ ନାଥ ମୁଖ୍ୟ ଅତିଥି ଏବଂ ବିଶି‌ଷ୍ଟ ଗାଳ୍ପିକ ତଥା ‘ସମକାଳୀନ ଭାରତୀୟ ସାହିତ୍ୟ’ର ସମ୍ପ‌ାଦକ ଶ୍ରୀ ବଳରାମ ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୨୦୨୦ ବର୍ଷର କଥାର ନବପ୍ରତିଭା ମାନଙ୍କୁ ପୁରସ୍କୃତ କରାଯିବ। ସମ୍ମାନ ଲାଭ କରୁଥିବା ଏହି ତରୁଣ ପ୍ରତିଭାମାନେ ହେଲେ ମିତାଲି ମଧୁସ୍ମିତା ଜେନା, ଶୁଭମ୍‌ ନାଏକ, ମୃତ୍ୟୁଞ୍ଜୟ ବିଶ୍ବାଳ, ଶୋଭାକର ପ୍ରଧାନ, ଚନ୍ଦ୍ରକାନ୍ତି ପ୍ରଧାନ, ପଦ୍ମନାଭ ନାଏକ, ରାଧାକାନ୍ତ ଦାଶ, ଅଳଙ୍କାର ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ନାୟକ ଏବଂ ସ୍ମୃତିରଞ୍ଜନ ସେଠୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ରାଜ୍ୟର ଲେଖକଲେଖିକା, ବୁଦ୍ଧିଜୀବୀ ଏବଂ ପୃଷ୍ଠପୋଷକମାନଙ୍କୁ ‘ସମ୍ବାଦ’ ପକ୍ଷରୁ ଅନୁରୋଧ କରାଯାଇଅଛି।

The post ‘କଥା’ର ବାର୍ଷିକୋତ୍ସବ ମାର୍ଚ୍ଚ ୧୩ରେ first appeared on Sambad.



from ରାଜ୍ୟ – Sambad https://ift.tt/3dDzkCH

Post a Comment

0 Comments