ଭୁବନେଶ୍ବର: ବିଧାନସଭାରେ ଆଜି ପୁଣି ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠିଛି। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଚେତାଵନୀ ଦେଇଛନ୍ତି। ବିଜେପିର ଅନ୍ୟ ସଦସ୍ୟମାନେ ବି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଛନ୍ତି।
ଏଣେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ମଧ୍ୟ ଭାଗରେ ଧାରଣାରେ ବସିଛନ୍ତି। କଂଗ୍ରେସର ଅନ୍ୟ ବିଧାୟକମାନେ ମଧ୍ୟ ପ୍ରତିବାଦ କରି ଧାରଣା ଦେଇଛନ୍ତି। ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗରେ ମନ୍ତ୍ରୀ ବିବୃତି ଦିଅନ୍ତୁ, ନଚେତ ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରି ଅଡ଼ି ବସିଛନ୍ତି। ଏହି କାରଣରୁ ଶୂନ୍ୟକାଳ ଚାଲି ପାରିଲା ନାହିଁ ।
The post ବିଧାନସଭାରେ ପୁଣି ଉଠିଲା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ: ଆତ୍ମହତ୍ୟା ଚେତାଵନୀ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ first appeared on Sambad.
from ରାଜ୍ୟ – Sambad https://ift.tt/3aVLUvd
0 Comments