ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନକାଳରେ ବାଲି ତାତି। ଉଭୟ ବିଜେପି ଓ କଂଗ୍ରେସ ବାଲିନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ରାଜ୍ୟରେ ହେଉଛି ବ୍ୟାପକ ବାଲିଚୋରି ହେଉଛି ଏବଂ ରାଜ୍ୟରେ ବାଲିନୀତି ନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ। ସରକାର କାହିଁକି ଆଣିନାହାନ୍ତି ବାଲିନୀତି ଏବଂ ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ପ୍ରଶ୍ନ କଲା ବିଜେପି।। ଏହି ନୀତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା, ମାତ୍ର ୨୦୧୮ ମସିହାରେ ଏଯାଏ କୈଣସି ତର୍ଜମା ହୋଇନାହିଁ ବୋଲି ଚୋରି ହେଉଥିବା ମୋହନ ମାଝି ଅଭିଯୋଗ କରିଛନ୍ତି । ବାଲି ବାବଦରେ ୧୫୦୦ କୋଟି ପାଉଛନ୍ତି । ଚୋରି ହେଉଥିବାରୁ ୪ରୁ ୫ ହଜାର କୋଟି ହରାଉଛି ରାଜ୍ୟ।
ବାଚସ୍ପତି ମଧ୍ୟ ଏନେଇ ଉଦବେଗ ପ୍ରକାଶ କଲେ। ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲିଚାଲାଣ ହେଉଛି। ତିନି ବର୍ଷ ହେଲା ବାଲିନୀତି କାହିଁକି କାର୍ଯ୍ୟକାରୀ କରୁନ ବୋଲି ବାଚସ୍ପତି ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ।
ଠିକ୍ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ରାଜସ୍ବ ପାଉଛନ୍ତି, କିନ୍ତୁ ୫ହଜାରକୋଟି ରାଜସ୍ବ ହରାଉଛନ୍ତି।
ଗୃହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଉତ୍ତରରେ କହିଛନ୍ତି,‘ ବାଲିନୀତିକୁ ତର୍ଜମା କରୁଛୁ। ରାଜ୍ୟର ବାର୍ଷିକ ଚାହିଦା ସ୍ଥିର ହୋଇନାହିଁ । ଏଯାବତ ବାହାରକୁ ବାଲିଚାଲାଣ ହେଉନାହିଁ। କେବଳ ଦୁଇ ତିନିଟି ରାଜ୍ୟକୁ ଦିଆଯାଉଛି। ବାଲିର ମୁଲ୍ୟ ନିର୍ଦ୍ଧାରଣ କରାଯାଇନି। ତେବେ ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।
The post ପ୍ରଶ୍ନକାଳରେ ବାଲିକୁ ନେଇ ସରଗରମ ଆଲୋଚନା: ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ first appeared on Sambad.
from ରାଜ୍ୟ – Sambad https://ift.tt/3uASnDC
0 Comments