ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣା: ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ହିମସ୍ଖଳନ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ଜଳପ୍ରଳୟକୁ ନେଇ ସେ ଚିନ୍ତିତ ଅଛନ୍ତି । ଏଥିସହ ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।

 

ସୂଚନାଯୋଗ୍ୟ, ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଧଉଳି ଗଙ୍ଗା ନଦୀରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ସାରିଛି। ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହ ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସଫଳତାର ସହ ଆଟିବିପି ଯବାନ ଉଦ୍ଧାର କରିଛନ୍ତି।

Photo: Aajtak

ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ବେଳେ କୌଣସି ପ୍ରକାରର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ହେଲପଲାଇନ ନମ୍ବର ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିପାରିବେ।

The post ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣା: ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ first appeared on Sambad.



from ରାଜ୍ୟ – Sambad https://ift.tt/2MKpXpN

Post a Comment

0 Comments