ଆରମ୍ଭରୁ ହଟ୍ଟଗୋଳ: ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି 

ଭୁବନେଶ୍ବର: ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍କା ଓ ନାରାବାଜି ଦେଖିବାକୁ ମିଳିଛି। ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରତିବାଦ କରିଛନ୍ତି।

ବିଜେପି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଉନ ପିନ୍ଧି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି।ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ ମଣ୍ଡିରେ ଧାନ ପଡ଼ିରହିଛି। ଧାନ ଉଠୁନି। କେତେବେଳେ ଟୋକନ କଥା କହୁଛନ୍ତି। କେତେବେଳେ ଦଳୀୟ .ନେତା ନିଷ୍ପତ୍ତି ନେଉଛନ୍ତି। ସେଥିପାଇଁ ଧାନ ଉଠୁନି। ବିଜେପିର ଦାବି ଅବିଳମ୍ବେ ଧାନ ଉଠାଯାଉ। ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ। ଦିନରେ ଆଖିରେ ଆଙ୍ଗୁଠି ଗେଞ୍ଜି ସତକୁ ମିଛ, ମିଛକୁ ସତ କରୁଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ‘ମଣ୍ଡିରୁ ସବୁ ଧାନ ନଉଠିଲା ପର୍ଯ୍ୟନ୍ତ ଗୃହ ଚଳେଇଦେବୁନି।’

ଏହାଫଳରେ ବାଚସ୍ପତି ବାଧ୍ୟହୋଇ ଗୃହ କାର୍ଯ୍ୟକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଅପରପକ୍ଷରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ‘ପ୍ରଶ୍ନକାଳକୁ ବାତିଲ କରିବା ଠିକ ନୁହେଁ। ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି।’

The post ଆରମ୍ଭରୁ ହଟ୍ଟଗୋଳ: ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି  first appeared on Sambad.



from ରାଜ୍ୟ – Sambad https://ift.tt/37rqxzZ

Post a Comment

0 Comments