ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି। ସିଏଆଇଟି ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟାବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି ।

ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେ ଭାରତବନ୍ଦକୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦକୁ ସଫଳ କରିବାକୁ ଟିକସ ପେସାଦାରମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନି ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି, ହକର, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀଙ୍କ ନିକଟରେ ଆମେ ପହଞ୍ଚିବୁ ।

ଅନ୍ୟପଟେ ଏହି ବନ୍ଦ ବେଳେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ । ଏହାସହ ଏହି ବନ୍ଦରେ ସାମିଲ ହେବାକୁ ଅନଲାଇନ ବିକ୍ରେତା ଓ ଅର୍ଥନୀତି ସହ ଜଡ଼ିତ ସମସ୍ତ ସଂଗଠନ ଗୁଡିକୁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।

କହି ରଖୁ କି ଚାଷୀ ଆନ୍ଦୋଳନ ଓ ତୈଳଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟରେ ଦେଶରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି। ଗତକାଲି କୃଷକ ସଂଗଠନମାନେ ବି ରେଳ ରୋକ୍ କରିଥିଲେ। ଏହା ପରେ ପୁଣି ୨୬ରେ ବ୍ୟାବସାୟିକ ସଂଗଠନମାନଙ୍କ ବନ୍ଦ ଡାକରା ଦେଶର ଜନସାଧାରଣଙ୍କ ଉପରେ କି ପ୍ରଭାବ ପକାଉଛି, ତାହା ଦେଖିବାକୁବାକି ରହିଲା।

The post ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ first appeared on Sambad.



from ରାଜ୍ୟ – Sambad https://ift.tt/3dxCurL

Post a Comment

0 Comments