କଏଦୀଙ୍କ ସ୍ବାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ବ, ପ୍ରଥମ ପର୍ଯ୍ୟାୟରେ ୩୦ ଜେଲ୍‌ରେ ଫାର୍ମାସିଷ୍ଟ ନେବେ ତାଲିମ

ଭୁବନେଶ୍ବର: ଜେଲରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରହୁଥିବା କଏଦୀଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନିଆଯିବ? କେଉଁ ରୋଗୀଙ୍କର କେମିତି ଚିକିତ୍ସା କରାଯିବ? ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କର କେମିତି ଯତ୍ନ ନିଆଯିବ? ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଜେଲ୍‌ ହସ୍ପିଟାଲରେ ଥିବା ଫାର୍ମାସିଷ୍ଟ ମାନଙ୍କୁ ଏ ନେଇ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କଟକ ରେଞ୍ଜ ଅଧୀନରେ ଆସୁଥିବା ୩୦ଟି ଜେଲ୍‌ରେ ଏହି ତାଲିମ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ମାନସିକ ରୋଗରେ ଆକ୍ରାନ୍ତ, ନିଶାଶକ୍ତ, ହୃଦ୍‌ରୋଗୀ, କିଡ୍‌ନି ଆକ୍ରାନ୍ତ ଆଦି ରୋଗୀଙ୍କର ଚିକିତ୍ସା କିପରି କରାଯିବ ଓ କେମିତି ଯତ୍ନ ନିଆଯିବ ସେ ନେଇ ଜେଲ୍‌ ଫାର୍ମାସିଷ୍ଟମାନଙ୍କୁ ତାଲିମ ଦିଆଯିବ। ବାଲେଶ୍ବର, ବାରିପଦା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଥିବା ପ୍ରାୟ ୩୦ଟି ଜେଲ୍‌ରେ ଆସନ୍ତା ରବିବାର ଫାର୍ମାସିଷ୍ଟମାନଙ୍କୁ ତାଲିମ ଦିଆଯିବ। ଏସସିବି ମେଡିକାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍ସର ବଛା ବଛା ବିଶେଷଜ୍ଞମାନେ ଏହି ତାଲିମ ପ୍ରଦାନ କରିବେ।

The post କଏଦୀଙ୍କ ସ୍ବାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ବ, ପ୍ରଥମ ପର୍ଯ୍ୟାୟରେ ୩୦ ଜେଲ୍‌ରେ ଫାର୍ମାସିଷ୍ଟ ନେବେ ତାଲିମ first appeared on Sambad.



from ରାଜ୍ୟ – Sambad https://ift.tt/3pP2AZq

Post a Comment

0 Comments