ପୁଣି ତେଜିଲା ଏକାମ୍ରକ୍ଷେତ୍ର ବାଏ ଲ’ ପ୍ରସଙ୍ଗ ! ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ପଚାରିଲେ ୪ ପ୍ରଶ୍ନ

ଭୁବନେଶ୍ବର: ଏକାମ୍ରକ୍ଷେତ୍ରରେ ଲାଗୁ ହେବାକୁ ଥିବା ଏନ୍‌ଏମ୍‌ଏ ବାଇ-ଲ’କୁ ନେଇ ଏବେ ବି ବାଦବିବାଦ ଲାଗି ରହିଛି। ବାଇ-ଲ’ ପ୍ରତ୍ୟାହାର କରିବା ଦାବି ବିଭିନ୍ନ ମହଲରୁ ହୋଇଆସୁଛି। ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ‌ଷଡ଼ଙ୍ଗୀ କିଛି ସେବାୟତମାନଙ୍କୁ ନେଇ ଏହି ବାଇ-ଲ’ ବାବଦରେ ଆଲୋଚନା କରିଥିଲେ। ଆକ୍ଟ ଓ ବାଇ-ଲ’ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ। ତେବେ ଏଭଳି ପରିସ୍ଥିତିରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ସାଂସଦ ଅପରାଜିତା ‌ଷଡ଼ଙ୍ଗୀଙ୍କୁ ବାଇ-ଲ’ ପ୍ରସଙ୍ଗରେ ୪ଟି ପ୍ରଶ୍ନ ପଚାରିଛନ୍ତି।

ମନ୍ତ୍ରୀ ତାଙ୍କ ପ୍ରଶ୍ନରେ ପଚାରିଛନ୍ତିି କି ସଂସଦଠୁ ବଳି ବଡ଼ ଫୋରମ ଆଉ କ’ଣ ଅଛି? ସେଠି ଜଣେ ସଦସ୍ୟଙ୍କ ଅଧିକାର ଅଛି  କିି ସେ ବାଚସ୍ପତି କିମ୍ବା ରାଜ୍ୟସଭା ଅଧକ୍ଷଙ୍କୁ ନୋଟିସ ଦେଇପାରିବେ,ସେ ଚାହିଁଲେ ପ୍ରସଙ୍ଗ ଉତ୍ଥାନ କରିପାରିବେ। ସବୁ ସାଂସଦ ନିଜ ଅଂଚଳର ସମସ୍ୟାକୁ ଉଠାଉଛନ୍ତି। ସଂସଦ ଚାଲିବା ବେଳେ ବାଏ ଲ ପ୍ରସଙ୍ଗ ଉଠାଇବାର ସୁଯୋଗ କିଏ ହାତ ଛଡା କରିବା ଉଚିତ କି ? ମୁଁ ତ ଥିଲେ ହାତଛଡା କରି ନ ଥାନ୍ତି।

ମୋ ଦଳ ଏବଂ ତାଙ୍କ ଦଳ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ କିନ୍ତୁ ମୁଁ ଏଠିବି ଦେଖିପାରିଲିନି କିମ୍ବା ସେଠି କୋଉ ଫଟୋରେ ବି ଦେଖିପାରିଲିନି ମୋର ସାଂସଦଙ୍କୁ ?

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କୁ ଭେଟିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱର ସାଂସଦଙ୍କୁ ଡ଼ାକିବା ପାଇଁ କହିଥିଲେ ଏବଂ ସାଂସଦ ଅନୁଭବ ମହାନ୍ତି ଡାକିବାକୁ ଯାଇଥିଲେ। ସେଠାରେ ଭୁବନେଶ୍ୱର ସାଂସଦ ତାଙ୍କୁ କହିଥିଲେ ମୁଁ ଯାହା କହିବି ପାର୍ଟିରେ କହିବି ସରକାରଙ୍କ ଆଗରେ କହିବି ନାହିଁ। ଏହା ଯଦି ସତ୍ୟ ହୋଇଥାଏ ତେବେ ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କଣ ହୋଇପାରେ। ମନ୍ତ୍ରୀ ଡ଼ାକିବା ପରେ ନ ଯିବା ଗଣତନ୍ତ୍ର ପ୍ରକ୍ରିୟାରେ ଏହା ଏକ ବ୍ୟତିକ୍ରମ।

ଏନଏମଏ ପାଇଁ ଭାରପ୍ରାପ୍ତ ଅଧିକାରୀ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ନୁହନ୍ତି। ଆର୍ଟିକିଲ ୨୦ସି ଅନୁଯାୟୀ ଭାରପ୍ରାପ୍ତ ଅଧିକାରୀ ହେଉଛନ୍ତି ଏଏସଆଇ କଲିକତାର ରିଜିଓନାଲ ଡାଇରେକ୍ଟର। କାହିଁକି ଲୋକପ୍ରତିନିଧି କହି ବୁଲୁଛନ୍ତି ରାଜ୍ୟ ସରକାର ଅବହେଳା କରିଛନ୍ତି ବୋଲି, ରାଜ୍ୟ ସଂସ୍କୃତି ବିଭାଗ ଅବହେଳା କରୁଛି, ଏହା ଫଳରେ କେବଳ ଜନମାନସକୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଶ୍ନଛଳରେ ଅଭିଯୋଗ କରିଛନ୍ତି ମନ୍ତ୍ରୀ।

The post ପୁଣି ତେଜିଲା ଏକାମ୍ରକ୍ଷେତ୍ର ବାଏ ଲ’ ପ୍ରସଙ୍ଗ ! ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ପଚାରିଲେ ୪ ପ୍ରଶ୍ନ first appeared on Sambad.



from ରାଜ୍ୟ – Sambad https://ift.tt/3uu8OBR

Post a Comment

0 Comments