
ଭୁବନେଶ୍ବର : ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜରେ ଖାଲିଥିବା ସିଟ୍ଗୁଡ଼ିକ ପୂରଣ ଲାଗି ପୁଣିଥରେ ସ୍ପଟ୍ ନାମଲେଖା ହେବ। ଫେବ୍ରୁଆରି ୬ ତାରିଖ ପୂର୍ବାହ୍ନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ। ତାଲିକାରେ ଥିବା ଛାତ୍ରଛାତ୍ରୀ ୮ ଓ ୯ ତାରିଖରେ ବିଶ୍ବବିଦ୍ୟାଳୟ ଓ କଲେଜରେ ରିପୋର୍ଟିଂ କରିପାରିବେ। ୧୦ ତାରିଖ ପୂର୍ବାହ୍ନ ୧ଟାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ୧୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଡକ୍ୟୁମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ୧୨ ତାରିଖ ଅପରାହ୍ଣ ୫ଟାରେ ସାମ୍ସ ପୋର୍ଟାଲ୍ରେ ନାମ ଲେଖା ସମ୍ପର୍କିତ ତଥ୍ୟ ଅପଡେଟ୍ କରାଯିବ।
ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଖାଲିଥିବା ସିଟ୍ ସଂଖ୍ୟାଠାରୁ ୭ ଗୁଣ ଅଧିକ ଛାତ୍ରଛାତ୍ରୀଙ୍କୁ ନାମଲେଖା ଲାଗି ଡକାଯିବ। କ୍ୟାରିଅର ମାର୍କ ଓ ଏକକ ପିଜି ପ୍ରବେଶିକା ପରୀକ୍ଷା ମାର୍କ ଆଧାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ସ୍ପଟ୍ ନାମଲେଖାରେ ସ୍ଲାଇଡ୍ ଅପ୍ ଅପସନ୍ ରହିବ ନାହିଁ। ବିଷୟ ଅନୁଯାୟୀ ମେରିଟ୍ ଲିଷ୍ଟ ସାମ୍ସ ପକ୍ଷରୁ ପ୍ରକାଶ କରାଯିବ। ଏସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଏମ୍ସ ମାଧ୍ୟମରେ ଜଣାଇ ଦିଆଯିବ। ଷ୍ଟୁଡେଣ୍ଟ ଲଗ୍ ଇନ୍ ମାଧ୍ୟମରେ ବି ଛାତ୍ରଛାତ୍ରୀ ଜାଣିପାରିବେ। ବିଶ୍ବବିଦ୍ୟାଳୟ/କଲେଜଗୁଡ଼ିକ ସେମାନଙ୍କ ଉପସ୍ଥାନ ନେବା ସହ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଆଦି ରଖିବ। ଯଦି କୌଣସି ଛାତ୍ରଛାତ୍ରୀଙ୍କର ଏକାଧିକ ଶିକ୍ଷାନୁଷ୍ଠାନରେ ଚୟନ ହୋଇଥିବ ତେବେ ସେ ଗୋଟିଏରେ ନାମଲେଖାଇବା ସହ ଅନ୍ୟଟିକୁ ବ୍ଲକ କରିବେ। ୧୧ ତାରିଖ ପରେ ଯଦି ସିଟ୍ ଖାଲି ରୁହେ ତେବେ ବିଶ୍ବବିଦ୍ୟାଳୟ ଓ କଲେଜ କର୍ତୃପକ୍ଷ ରିପୋର୍ଟିଂ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପିଲା ଚୟନ କରି ୨୦ ତାରିଖ ସୁଦ୍ଧା ନମଲେଖା କରାଇପାରିବେ।
The post ପିଜି ପାଇଁ ଆଉଥରେ ସ୍ପଟ୍ ନାମଲେଖା first appeared on Sambad.
from ରାଜ୍ୟ – Sambad https://ift.tt/3aDMYTh
0 Comments