ପୁଲିସ ସେବାରୁ ସତ୍ୟଜିତ ମହାନ୍ତିଙ୍କ ଅବସର

କଟକ : ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ ମହାନ୍ତି ରବିବାର ପୁଲିସ ସେବାରୁ ଅବସର ନେଇଛନ୍ତି। ଏହି ଅବସରରେ ତାଙ୍କ ପାଇଁ ନରାଜଠାରେ ବିଦାୟୀ ପ୍ୟାରେଡ୍‌ର ଆୟୋଜନ କରାଯାଇଥିଲା। ଡକ୍ଟର ମହାନ୍ତି ଉକ୍ତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ ଭୁବନେଶ୍ବରସ୍ଥିତ ଟ୍ରେନିଂ ଏକାଡେମିରେ ଅନୁଷ୍ଠିତ ‌ବିଦାୟ ସଭାରେ ଭାଗ ନେଇଥିଲେ। ଆଜି ସେ ଓପିଏସ୍‌ସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ୧୯୮୮ ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଡକ୍ଟର ମହାନ୍ତି କଟକ-ଭୁବନେଶ୍ବର ପୁଲିସ କମିସନର୍‌ ଦାୟିତ୍ବ ସଫଳତାର ସହ ନିର୍ବାହ କରିଥିଲେ।

The post ପୁଲିସ ସେବାରୁ ସତ୍ୟଜିତ ମହାନ୍ତିଙ୍କ ଅବସର first appeared on Sambad.



from ରାଜ୍ୟ – Sambad https://ift.tt/2NFZSc4

Post a Comment

0 Comments