ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ଭୁବନେଶ୍ବର: ଆଜି ଗୃହରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ପୁଣି ଉଠିଛି। ମହାନଦୀ ଜଳ ବିବାଦ ନେଇ ସିଡବ୍ଲ୍ୟୁସି ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ବିଧାନସଭାରେ ଏଭଳି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଅମାତ। ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରକଳ୍ପକୁ ନେଇ ବିବାଦ ରହିଛି। ତଳମୁଣ୍ଡରେ ବିବାଦ ନାହିଁ।
ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସତୀଘାଟ ଲକ୍ଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ସିଡବ୍ଲ୍ୟୁସି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ‘ସିଡବ୍ଲ୍ୟୁସି ସ୍ଥଗିତ ରଖିଛନ୍ତି, ଟ୍ରିବ୍ୟୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି। ବିଭାଗ ସିଡବ୍ଲ୍ୟୁସି ସହ ଯୋଗାଯୋଗ ଅଛି। ଟ୍ରିବ୍ୟୁନାଲ ୩ବର୍ଷ ପାଇଁ ହୋଇଥିଲା, ଆଉ ୨ବର୍ଷ ପାଇଁ ବଢ଼ିପାରେ ବୋଲି କହିଛନ୍ତି।

The post ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ first appeared on Sambad.



from ରାଜ୍ୟ – Sambad https://ift.tt/3qP61AO

Post a Comment

0 Comments