ରାଉରକେଲା : ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

ରାଉରକେଲା : ଟ୍ରେନ୍‌ ଧକ୍କାରେ ଦୁଇ ହାତୀ ମୃତ। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ମହିପାଣି ନିକଟରେ ଏହି ଦୁର୍ଘଟଣାଟି ଘଟିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବିଶ୍ରା ମହିପାଣି ନିକଟରେ ହାତୀପଲ ରେଳଧାରଣା ପାରି ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଟି ହାତୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ହାତୀଙ୍କର ଖଣ୍ଡବିଖଣ୍ଡିତ ଶରୀର ରେଳଧାରଣାରେ ପଡିରହିଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଥିବା ଜଣାପଡିଛି।

The post ରାଉରକେଲା : ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ first appeared on Sambad.



from ରାଜ୍ୟ – Sambad https://ift.tt/36FL8jq

Post a Comment

0 Comments