
ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ଥକୁଳ ପଞ୍ଚାୟତର ଦୁର୍ଗମ ଗ୍ରାମ କରାବିରାଖୋଲର ଜଣେ ଯୁବକଙ୍କ ଶବ କଟକର ଏକ ଘରୋଇ ହସ୍ପିଟାଲରେ ବନ୍ଧା ପଡିଛି। ଚିକିତ୍ସା ବେଳେ ଯୁବକର ମୃତ୍ୟୁ ହୋଇଥିଲା ବେଳେ ଚିକିତ୍ସା ଖର୍ଚ୍ଚ ବାବଦରେ ଲକ୍ଷେ ଟଙ୍କା ଦେବାକୁ ଡାକ୍ତରଖାନା ପକ୍ଷରୁ କୁହାଯାଉଛି। କିନ୍ତୁ ମୃତ ଯୁବକର ପରିବାର ଏତେ ଟଙ୍କା ଦେଇନପାରିବାରୁ ପରିବାରକୁ ଶବ ହସ୍ତାନ୍ତର କରାଯାଉନଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ବଡ଼ ଭାଇ ଏହି ଅଭିଯୋଗ ଆଣିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ କରାବିରାଖୋଲର ବିମଳ ପଧାନ(୨୨) ଗତ ୫ତାରିଖ ଦିନ ବାଇକ ଯୋଗେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳକୁ ଯାଇଥିଲେ। ହିନ୍ଦୋଳ ଥାନା ନୁଆଁକୋଟ ପାଖରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବିମଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ତାଙ୍କ ଅବସ୍ଥା ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ସେଠାରୁ ପରିବାର ଲୋକେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳ ୯ଟା ବେଳେ ବିମଳଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା। ପୂର୍ବରୁ ଚିକିତ୍ସା ବାବଦରେ ୩୫ ହଜାର ଦିଆଯାଉଥିବା ବେଳେ ପୁଣି ଏକ ଲକ୍ଷ ଟଙ୍କା ଦେବାକୁ ଡାକ୍ତରଖାନା ପକ୍ଷରୁ ଦାବି କରିଥିଲେ। ଫଳରେ ଏତେ ଟଙ୍କା ଦେବାକୁ ମୃତ୍ୟୁ ଯୁବକଙ୍କ ଭାଇ ନିର୍ମଳ ପଧାନ ଅକ୍ଷମତା ପ୍ରକାଶ କରିଥିଲେ। ଟଙ୍କା ନଦେଲେ ଶବ ଦିଆଯିବ ନାହିଁ ବୋଲି ଉକ୍ତ ଘରୋଇ ଡାକ୍ତରଖାନା ପକ୍ଷରୁ କୁହାଯିବା ପରେ ଶବ ମେଡିକାଲରେ ପଡିରହିଛି ଓ ନିର୍ମଳ ମଧ୍ୟ ସେଠାରେ ରହିଥିବା ଫୋନ ଯୋଗେ ପ୍ରକାଶ କରିଛନ୍ତି।
The post ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ପରିବାର ଲୋକେ ଦେଇପାରିଲେ ନାହିଁ ଲକ୍ଷେ ଟଙ୍କା, କଟକରେ ବନ୍ଧା ପଡ଼ିଛି ଶବ! first appeared on Sambad.
from ରାଜ୍ୟ – Sambad https://ift.tt/3aNEf10
0 Comments