ସମ୍ବିତଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ନରସିଂହ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗତ ଶୀତ ଅଧିବେଶନରେ ନୟାଗଡ଼ର ନାବାଳିକା ପରୀ ହତ୍ୟା ଘଟଣାରେ ଟଙ୍କା ନେଇ କଂଗ୍ରେସ ବିଧାୟକମାନେ ମ୍ୟାନେଜ୍‌ ହୋଇଯାଇଥିଲେ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଥିଲେ। ଶ୍ରୀ ପାତ୍ରଙ୍କ ଏହି ଆକ୍ଷେପକୁ ବିରୋଧ କରି ଶ୍ରୀ ମିଶ୍ର ଓ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ତାଙ୍କୁ ଓକିଲ ନୋଟିସ ପଠାଇଥିଲେ। କଂଗ୍ରେସ ବିଧାୟକମାନଙ୍କ ପ୍ରତି ଏପରି ଆକ୍ଷେପ ପାଇଁ ନିଃସର୍ତ୍ତ କ୍ଷମା ମାଗିବାକୁ ନୋଟିସ୍‌ରେ ଶ୍ରୀ ପାତ୍ରଙ୍କୁ ସମୟ ଦିଆଯାଇଥିଲା। ନୋଟିସ ପାଇବା ପରେ ଧାର୍ଯ୍ୟ ସମୟ ଭିତରେ ଶ୍ରୀ ପାତ୍ର କ୍ଷମା ନ ମାଗିବାରୁ ଆଜି ବଲାଙ୍ଗୀର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ କୋର୍ଟରେ ଶ୍ରୀ ମିଶ୍ର ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ମାନହାନି ବାବଦରେ ୧ ହଜାର ଟଙ୍କା ଟୋକନ୍‌ ଜରିମାନା ଦେବାକୁ ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି।

The post ସମ୍ବିତଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ନରସିଂହ first appeared on Sambad.



from ରାଜ୍ୟ – Sambad https://ift.tt/3qLkXje

Post a Comment

0 Comments