ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ବିଧାନସଭାରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ବିଧାନସଭାରେ ଆଜି ବିରୋଧୀ ଦଳ ନେତା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱରରେ ବି ଏକୁଟିଆ କୁଆଡ଼େ ଯାଇହେବନି। କନ୍ଧମାଳ ଜିଲ୍ଲାର ଜଲେସପଟା ଆଶ୍ରମର ଦାୟିତ୍ୱରେ ଥିବା ଜୀବନ ଚେତନ ମହାରାଜଙ୍କୁ ହତ୍ୟା ଧମକ ଆସିଛି। ଲକ୍ଷ୍ମଣାନନ୍ଦଜୀ ହତ୍ୟାକାରୀଙ୍କୁ ଧରିନାହାନ୍ତି ସରକାର।

ନାଗାର୍ଜୁନ ବେଶ ବେଳେ ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭା ରେ ଉପସ୍ଥାପିତ ହୋଇନି। ଯିଏ ଧମକ ଦେଇଥିଲେ ଧରାହୋଇଛି କିନ୍ତୁ  କାହା ପ୍ରରୋଚନାରେ ଏହା ହୋଇଛି ତାର ତଦନ୍ତ ହେଉ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି। ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଶ୍ରମ ଓ ବାବାଙ୍କୁ ସୁରକ୍ଷା ଦିଆଯିବାକୁ ଦାବି କରିଛନ୍ତି।ଏଣେ ସେ ଚେତାବନୀ ଦେଇଛନ୍ତି ଯେ ଯଦି କିଛି ଅଘଟଣ ହୁଏ, ତାହା ହେଲେ ରାଜ୍ୟ ସରକାର ସେଥିଲାଗି ଦାୟୀ ରହିବେ।

The post ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ବିଧାନସଭାରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତା first appeared on Sambad.



from ରାଜ୍ୟ – Sambad https://ift.tt/3uk4SDH

Post a Comment

0 Comments