
ଭୁବନେଶ୍ବର : ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ। ପ୍ରତିବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବଜେଟ୍ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସରକାରଙ୍କ ବର୍ଷକର ଉପଲବ୍ଧି ନେଇ ଗୃହରେ ଅଭିଭାଷଣ ରଖିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ଗୃହରେ ବଜେଟ୍ ଆଗତ କରିବେ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଗୃହରେ ପାରିତ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୧୮ରୁ ୨୭ ତାରିଖ ୯ ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଏପ୍ରିଲ ୯ ତାରିଖ ୨୨ ଦିନ ପାଇଁ ଚାଲିବାକୁ ଧାର୍ଯ୍ୟ କରାଯାଇଛି। ଫେବ୍ରୁଆରି ୨୫, ୨୬ ଓ ୨୭ ତାରିଖ ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯାଇ ମାର୍ଚ୍ଚ ମାସ ୧୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀରଖାଯିବ। ୧୨ ତାରିଖରେ ଗୃହରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବା ପରେ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା କରାଯିବ। ମୋଟ ୩୧ ଦିନିଆ ଅଧିବେଶନରେ ୪ ଦିନ ବେସରକାରୀ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି।
The post ୧୮ରୁ ବିଧାନସଭା ବଜେଟ୍ ଅଧିବେଶନ first appeared on Sambad.
from ରାଜ୍ୟ – Sambad https://ift.tt/3j5WimN
0 Comments