ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଭତ୍ସ ହତ୍ୟାକାଣ୍ଡରେ ଜଡ଼ିତ ଥିବା ସନ୍ଦେହରେ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି। ଏଦୁହେଁ ସଂପର୍କରେ ଜ୍ବାଇଁ ଏବଂ ଶାଶୁ। ଜ୍ବାଇଁର ନାଆଁ ଭଜା ଓରାମ ବୋଲି ଜଣାଯାଇଛି। ଶାଶୁଙ୍କ ସହ ମୃତକ ରମେଶ ସିଂହଙ୍କର ଅନୈତିକ ସଂପର୍କ ଥିଲା। ଏହାକୁ ଭଜା ଓରାମ ବିରୋଧ କରିଆସୁଥିଲେ। କିନ୍ତୁ ରମେଶ ସିଂହ ଏଥିରୁ ନିବୃତ୍ତ ନ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ସୁନ୍ଦରଗଡ଼ ସହର ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଆମ୍ବିଆନ୍ସ ହୋଟେଲ ପଛ ପଟ ବିଲରୁ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂହଙ୍କ ମୃତଶରୀର ମିଳିଥିଲା। ମଧ୍ୟାହ୍ଣରେ ତାଙ୍କର କଟା ହାତକୁ ଉଦ୍ଧାର କରାଯାଇଥିଲା। କଚଟି ଉପରକୁ କେବଳ ହାଡ଼ ଥିବା ବେଳେ ତଳକୁ ହାତ ଅକ୍ଷତ ରହିଛି। ପରେ ଶବକୁ ଉଦ୍ଧାର କରାଯାଇଥିଲା। ତାଙ୍କୁ କେହି ହତ୍ୟା କରି ପକାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
The post ସୁନ୍ଦରଗଡ଼ ବିଭତ୍ସ ହତ୍ୟାକାଣ୍ଡ: ଜ୍ବାଇଁ ଏବଂ ଶାଶୁ ଥାନାରେ ଅଟକ first appeared on Sambad.
from ରାଜ୍ୟ – Sambad https://ift.tt/2LSlu3D
0 Comments