କଟକ ସଦର ଅଞ୍ଚଳରୁ ନକଲି ଜର୍ଦା କମ୍ପାନି ଠାବ: ବିପୁଳ ପରିମାଣର ନକଲି ଜର୍ଦା ଜବତ, ଜଣେ ଅଟକ

କଟକ: କଟକ ସଦର ଥାନା ଅନ୍ତଗତ ସାସୋଳ ଗ୍ରାମରେ ଏକ ନକଲି ଜର୍ଦା ପ୍ରସ୍ତୁତକାରୀ କମ୍ପାନି ଠାବ କରାଯାଇଛି। କଟକ ସଦର ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ବିପୁଳ ପରିମାଣର ନକଲି ଜର୍ଦା, ନାମୀଦାମୀ କମ୍ପାନିର ଲୋ‌ଗୋ, ପ୍ୟାକିଂ, କେମିକାଲ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନା ଅନୁଯାୟୀ, କଟକ ପାଲିଟିଛି ନକଲି ସାମଗ୍ରୀର ହବ୍‌। ଗତ କିଛି ଦିନ ହେବ କଟକର ବିିଭନ୍ନ ଅଞ୍ଚଳରୁ କମିସନରେଟ୍‌ ପୁଲିସ ନକଲି ସସ୍‌, ଗୁଟଖା, ସୋୟାବଡ଼ି, ମସଲା, ଘିଅ କମ୍ପାନି ଠାବ କରି ଚଢ଼ାଉ କରିଥିବା ବେ‌ଳେ ଆଜି କଟକ ସଦର ଥାନା ସାସୋଳ ଗ୍ରାମରେ ଏକ ନକଲି ଜର୍ଦା କମ୍ପାନି ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ବିପୁଳ ପରିମାଣର ନକଲି ଜର୍ଦା ସମେତ ନାମୀଦାମୀ କମ୍ପାନିର ଲୋଗୋ, ପ୍ୟାକିଂ, କେମିକାଲ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

The post କଟକ ସଦର ଅଞ୍ଚଳରୁ ନକଲି ଜର୍ଦା କମ୍ପାନି ଠାବ: ବିପୁଳ ପରିମାଣର ନକଲି ଜର୍ଦା ଜବତ, ଜଣେ ଅଟକ first appeared on Sambad.



from ରାଜ୍ୟ – Sambad https://ift.tt/3nFNnsM

Post a Comment

0 Comments