ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଥିବାର ଖବର ମିଳିଛି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା।

ଏଏନଏମ୍ କର୍ମୀମାନେ ଏହି ସମୟରେ ସରକାରଙ୍କୁ ଚେତାବନୀ ଦେଇ ଘୋଷଣା କରିଥିଲେ ଯେ ସେମାନେ ଆନ୍ଦୋଳନରୁ ହଟିବେନି ଏବଂ ଆଗକୁ ଆହୁରି ଆନ୍ଦୋଳନ ଜୋରଦାର ହେବ। କେବଳ ସାଧାରଣତନ୍ତ୍ର ଦିବସକୁ ସମ୍ମାନ ଜଣାଇ ଉଠିଛନ୍ତି ବୋଲି ଏଏନଏମ କର୍ମୀମାନେ କହିଛନ୍ତି।
The post ରାଜଧାନୀରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀମାନଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୁଲିସ୍ first appeared on Sambad.
from ରାଜ୍ୟ – Sambad https://ift.tt/3qHZbg2
0 Comments