କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ନେତାଜୀଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବ ସ୍ବାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ‘ମୋତେ ରକ୍ତ ଦିଅ, ସ୍ବାଧୀନତା ଆଣିଦେବି ଡାକରା ପ୍ରେରଣା ଦେଇଥିଲା। ଦେଶମାତୃକା ପାଇଁ ତାଙ୍କର ବଳିଦାନ ସବୁଦିନ ସକାଶେ ସ୍ମରଣୀୟ ହୋଇ ରହିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନକୁ ‘ପରାକ୍ରମ ଦିବସ’ ଭାବେ ନାମିତ କରିଛନ୍ତି। ଏହି ‘ପରାକ୍ରମ ଦିବସ’ ପାଳନରୁ ଯୁବପିଢ଼ି ପ୍ରେରଣା ପାଇବେ। ବୀର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ତାଙ୍କ ଜୟନ୍ତୀରେ ମନେପକାଇ ତାଙ୍କ ବୀରତ୍ବର କାହାଣୀ ବଖାଣିଛନ୍ତି। ଏହାସହ ସ୍ଗର୍ଗତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ କଟକ ବକ୍ସି ବଜାରସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ସାନ୍ବନା ଦେଇଛନ୍ତି।
The post ପରାକ୍ରମ ଦିବସ ଯୁବପିଢ଼ିଙ୍କୁ ପ୍ରେରିତ କରିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ first appeared on Sambad.
from ରାଜ୍ୟ – Sambad https://ift.tt/3o9sFln
0 Comments