
ଭୁନେଶ୍ବର, : ଆଜି ଭୁବନେଶ୍ବରରେ ରାଜ୍ୟସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିପାଇଁ ଗାନ୍ଧୀମାର୍ଗରେ ମିଳିତ ପରେଡ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏଥର ପରେଡ୍ରେ ସାଧାରଣ ଲୋକଙ୍କୁ ସାମିଲ କରାଯାଇନଥିଲା। ୧୪ଟି କଣ୍ଟିଜେଣ୍ଟ ଭାଗ ନେଇ ପରେଡ୍ କରିଥିଲେ। ସାଧାରଣ ଲୋକଙ୍କୁ ସାମିଲ କରାଯାଇନଥିଲେ ମଧ୍ୟ ଶତାଧିକ ଲୋକ ଏହି ପରେଡ୍ ଦେଖିବା ପାଇଁ ପହଞ୍ଚି ଯାଇଥିଲେ। ଗାନ୍ଧୀମାର୍ଗର ଚାରିପାଖରୁ ପୁଲିସ ନାକାବନ୍ଦୀ କରିଥିଲା। କାହାକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇନଥିଲା। ଫଳରେ ସେଠାରେ ଅନେକ ସମୟ ଧରି ପୁଲିସ ସହ ସାଧାରଣ ଲୋକଙ୍କର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ବରଯାତ୍ରୀ, ନାଟକ, ଫିଲ୍ମ ଦେଖିବାକୁ ସୁଯୋଗ ମିଳିଲାଣି, ହେଲେ ଏଠାରେ କାହିଁକି ସୁଯୋଗ ନାହିଁ ବୋଲି ପୁଲିସ ସହ ଲୋକମାନେ ଯୁକ୍ତି କରୁଥିବା ଦେଖା ଯାଇଥିଲା।
The post ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ first appeared on Sambad.
from ରାଜ୍ୟ – Sambad https://ift.tt/2KOWGZY
0 Comments