ବର୍ଷା ଓ ଅନୁଭବଙ୍କ ପୃଥକ ଆବେଦନର ଶୁଣାଣି

କଟକ : ଘରୋଇ ହିଂସା ଅଭିଯୋଗ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାର ଆଜି ଅଦାଲତରେ ଶୁଣାଣି ହୋଇଛି। ବର୍ଷା ଓ ଅନୁଭବ ଦାଖଲ କରିଥିବା ପୃଥକ ପିଟିସନ୍ ଉପରେ ଆଜି କଟକ ସଦର ଏସଡିଜେଏମ୍ ଅଦାଲତରେ ଶୁଣାଣି ହୋଇଥିଲା। ଆଜି ଦୁଇ ପିଟିସନ ଉପରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିବା ବେ‌ଳେ ଫେବ୍ରୁଆରି ୫କୁ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି।

The post ବର୍ଷା ଓ ଅନୁଭବଙ୍କ ପୃଥକ ଆବେଦନର ଶୁଣାଣି first appeared on Sambad.



from ରାଜ୍ୟ – Sambad https://ift.tt/36lwyxy

Post a Comment

0 Comments