
କଟକ : ଲୋକାୟୁକ୍ତଙ୍କ ଆଦେଶ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ପ୍ରଦୀପଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଭିଜିଲାନ୍ସର ଏକତରଫା କଂପ୍ଲେନକୁ ଆଧାର କରି ତାଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତ କହିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସେ ଜେଲରେ ଥିବାବେଳେ ଏ ସଂପର୍କିତ କଂପ୍ଲେନ୍ ବାବଦରେ ତାଙ୍କୁ ନୋଟିସ୍ ଯାଇ ନଥିଲା। ତାଙ୍କୁ ଲୋକାୟୁକ୍ତଙ୍କ ନିକଟରୁ ଏହି ପ୍ରସଂଗରେ କୌଣସି ନୋଟିସ୍ ମଧ୍ୟ ମିଳିନାହିଁ। ଏହି ପ୍ରସଂଗରେ ଭିଜିଲାନ୍ସର କଣ ଅଭିଯୋଗ ରହିଛି ତାଙ୍କୁ ଜଣାନାହିଁ। ତାଙ୍କୁ ଲୋକାୟୁକ୍ତ ଶୁଣାଣି ପାଇଁ ସୁଯୋଗ ନ ଦେଇ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତ ଆଇନର ଏପରି ନିର୍ଦ୍ଦେଶ ଉଲ୍ଲଂଘନ କରୁଛି। ଲୋକାୟୁକ୍ତଙ୍କ ଏ ସଂପର୍କିତ ନିର୍ଦ୍ଦେଶ ଓ ପ୍ରକ୍ରିୟାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଲୋକାୟୁକ୍ତ ଓ ଭିଜିଲାନ୍ସକୁ ପକ୍ଷଭୁକ୍ତ କରାଯାଇଛି।
The post ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରଦୀପ ପାଣିଗ୍ରାହୀ first appeared on Sambad.
from ରାଜ୍ୟ – Sambad https://ift.tt/3ackbVJ
0 Comments