ଥଣ୍ଡାପବନ ପ୍ରବାହ ପାଇଁ ଦୁଇଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: ଆମଗୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଦୁଇଟି ଜିଲ୍ଲାରେ ଥଣ୍ଡା ପବନ ପ୍ରବାହ ହେବାର ସମ୍ଭାବନା ରହିଛି।ଏଥିପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି।

ଏହି ସମୟରେ ଯଥାସମ୍ଭବ ଘରେ ରୁହନ୍ତୁ। ଥଣ୍ଡାପବନରେ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସେହିପରି ଥଣ୍ଡା ପବନ ବୋହିବା ହେତୁ ପଶୁପକ୍ଷୀମାନେ ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି। ତେଣୁ ଏହି ସମୟରେ ତାଙ୍କୁ ବାହାରେ ନଛାଡ଼ି ଏପରି ସ୍ଥାନରେ ରଖନ୍ତୁ ଯେମିତି କି ପଶୁପକ୍ଷୀଙ୍କ ଶରୀରରେ ଥଣ୍ଡାପବନ ବାଜିବ ନାହିଁ । ଏସବୁ ଦିଗ ପ୍ରତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସତର୍କ କରାଯାଇ ଦିଆଯାଇଛି।

Severe Cold Wave Continues In Odisha, Phulbani Shivers At 4°C – ODISHA BYTES

ଏଥିସହିତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଜିଲ୍ଲା ଯେମିତି କି କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ହାଲକା କୁହୁଡି ହୋଇପାରେ। ସେହିପରି ଆସନ୍ତା ୧୬ରୁ ୧୭ ତାରିଖ ମଧ୍ୟରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବି ସାମାନ୍ୟ କୁହୁଡି ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲା ରହିଛି।

The post ଥଣ୍ଡାପବନ ପ୍ରବାହ ପାଇଁ ଦୁଇଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର first appeared on Sambad.



from ରାଜ୍ୟ – Sambad https://ift.tt/3if6fha

Post a Comment

0 Comments