
କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଉପରେ ଆସନ୍ତା ଫେବ୍ରୁଆରି ୧ ତାରିଖ ଦିନ ଶୁଣାଣି କରାଯିବ। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି। ପୂର୍ବରୁ ୨୦୨୦ ଜୁନ୍ ୨୯ରେ ପୁଞ୍ଜିଲାଲ ବିରୋଧରେ ବିଚାରାଧୀନ ମାମଲାର ସ୍ଥିତି ସଂପର୍କରେ ହାଇକୋର୍ଟ ପାଟଣାଗଡ଼ ଏଡିଜେ ଅଦାଲତରୁ ରିପୋର୍ଟ ତଲବ କରିଥିଲେ। ଏ ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଥିଲା।
The post ପୁଞ୍ଜିଲାଲ ଜାମିନ ଶୁଣାଣି ଫେବ୍ରୁଆରି ୧ରେ first appeared on Sambad.
from ରାଜ୍ୟ – Sambad https://ift.tt/39zZ3sa
0 Comments