ପଞ୍ଚମ ଦିନରେ ୪୩୬ଟି ସେସନରେ ୩୭ହଜାର ୭୬ ଟିକାକରଣ କରାଯିବ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ପଞ୍ଚମ ଦିନ। ଆଜି ସର୍ବାଧିକ ଟିକାକରଣର କରାଯିବାର ଲକ୍ଷ୍ୟ ରହିଛି। ଆଜି ୪୩୬ଟି ସେସନରେ ୩୭ହଜାର ୭୬ ଟିକାକରଣ କରାଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୭୪୩ଜଣଙ୍କୁ ଟିକାକରଣ କରାଯାଇଛି । ଏଥିମଧ୍ୟରୁ ଗତକାଲି ରାଜ୍ୟରେ ୯୩ଟି ସେସନରେ ୭୯୪୬ ଜଣଙ୍କୁ ଟିକା ଦିଆଯାଇଛି।
ଭୁବନେଶ୍ୱରରେ ୧୭ଟି ସେସନରେ ୧୬୭୪ ଜଣଙ୍କର ଟିକାକରଣ ହୋଇଛି। ଏଯାବତ୍ ଭୁବନେଶ୍ୱରରେ ସର୍ବମୋଟ ୫୮୪୯ଜଣଙ୍କର ଟିକା କରଣ କରାଯାଇଛି।
ଗତକାଲି କେଉଁଠି ବି ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ସେ ଆହୁରି ବି କହିଛନ୍ତି ଯେ, ଯେଉଁଭଳି ଲୋକମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି, ସେଥିରେ ଆମର ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହେବ।
ଆସନ୍ତା ସପ୍ତାହରେ ଅଧିକ କୋଭାସ୍କିନର ଡୋଜ୍ ପହଞ୍ଚିବ ବୋଲି ଦୁଇ ତିନି ଜଣଙ୍କ ପାଖକୁ ଭୁଲ ମେସେଜ ଚାଲିଯାଇଛି। କୋଭିଡ ପୋର୍ଟଲରେ ମଝିରେ ମଝିରେ ଟେକିନକାଲ ପ୍ରୋବଲେମ ଦେଖା ଦେଉଥିବାରୁ ଏପରି ଦୁଇ ତିନି ଜଣଙ୍କୁ ଏମିତି ମେସେଜ ଚାଲି ଯାଇଛି।ଯେଉଁମାନଙ୍କ ପାଖକୁ ଏମିତି ମସେଜ ଚାଲିଯାଇଛି ସେମାନଙ୍କୁ ଡାକି ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ।

The post ପଞ୍ଚମ ଦିନରେ ୪୩୬ଟି ସେସନରେ ୩୭ହଜାର ୭୬ ଟିକାକରଣ କରାଯିବ first appeared on Sambad.



from ରାଜ୍ୟ – Sambad https://ift.tt/3ix8ZGJ

Post a Comment

0 Comments