ଆଇ.ଆଇ.ଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଓପିଟିସିଏଲ୍‌ ଚେୟାର

ଭୁବନେଶ୍ବର : ଆଇ.ଆଇ.ଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଓପିଟିସିଏଲ୍‌ ଚେୟାର୍‌। ଏ ନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଓପିଟିସିଏଲ୍‌ ଏବଂ ଆଇ.ଆଇ.ଟି ଭୁବନେଶ୍ବର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ଦିନ। ଆଇ.ଆଇ.ଟି ଭଳି ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନ ସହ ମିଶି ରାଜ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏହି ଚେୟାର ପ୍ରତିଷ୍ଠା ହେବାକୁ ଯାଉଛି। ଏହା ଉଭୟ ଶିକ୍ଷାବିତ ଓ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ପ୍ରୋତ୍ସାହିତ କରିବ। ପାଠପଢଞା ବ୍ୟତୀତ ରାଜ୍ୟର ବିକାଶ ଦିଗରେ ଆଇ.ଆଇ.ଟି ଭୁବନେଶ୍ବରର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓପିଟିସିଏଲ୍‌ ଅଧ୍ୟକ୍ଷ ସୌରଭ ଗର୍ଗ, ଓପିଟିସିଏଲ୍‌ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ସିଂ, ଆଇ.ଆଇ.ଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଆର୍‌.ଭି ରାଜକୁମାର, ଗ୍ରିଡକୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ସମେତ ଓପିଟିସିଏଲ୍‌ର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ଆଇ.ଆଇ.ଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଓପିଟିସିଏଲ୍‌ ଚେୟାର first appeared on Sambad.



from ରାଜ୍ୟ – Sambad https://ift.tt/39saWBr

Post a Comment

0 Comments