
କୋରାପୁଟ: ଜୟପୁରରେ ଗତକାଲି ରାତିରେ ହଠାତ୍ କେନାଲରେ କୋଲାବ ଡ୍ୟାମର ପାଣି ମାଡ଼ି ଆସିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପାରାବେଡ଼ା-ଏକଟାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି ହୋଇଛି।
ଏହାଫଳରେ ଏକଟାଗୁଡ଼ାର ଅଞ୍ଚଳରେ ବ୍ୟାପକ ଚାଷ ଜମିରେ ପାଣି ପଶି ଯାଇଛି । ଏପରିକି ଗାଁ ଭିତରକୁ ମଧ୍ୟ ପାଣି ପଶି ଯିବା ପରେ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । କୋଲାବ ଡ୍ୟାମରୁ ଚାଷ ପାଇଁ ପାଣି ଛଡ଼ା ଯାଇଥାଏ । ତେବେ ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡ଼ିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରେ ଜୟପୁର ବିଧାୟକ , ପୁଲିସ ତଥା ବିଭାଗୀୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି।
The post ସବମାଇନର କେନାଲରେ ଘାଇ: ଚାଷ ଜମିରେ ପଶିଲା ପାଣି, ଚିନ୍ତାରେ ଗ୍ରାମବାସୀ first appeared on Sambad.
from ରାଜ୍ୟ – Sambad https://ift.tt/35pIrBX
0 Comments