
ଭୁବନେଶ୍ବର : ଜେଲ୍ରେ ଅଭୟକାନ୍ତ ପାଠକ, ପୁଅ ଆକାଶ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତକାଲି ଗୋଟିଏ ରାତି କାଟିବା ପରେ ଆଜି ପୁଣି ଭେଟ ହୋଇଛି। ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରି ଭୋଜନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତିନି ଜଣଙ୍କର ଦେଖା ସାକ୍ଷାତ ହୋଇଛି। ଆଜି କେବଳ ପରସ୍ପରକୁ ଅନାଇ ରହିଥିବା ବେଳେ ସେମିତି କିଛି କଥାବାର୍ତ୍ତା ହୋଇପାରି ନାହାନ୍ତି। କେବଳ ଏହା ପରେ କ’ଣ ହେବ ବୋଲି ପଚାରି ବୁଝିଥିଲେ। ଆଜି ରବିବାର ଥିବାରୁ ଜେଲ୍ ମେନୁ ଅନୁସାରେ ମଧ୍ୟାହ୍ନ ଭୋଜନରେ ମାଛ ତରକାରି ହୋଇଥିଲା। ବାପା-ପୁଅ ମାଛ ତରକାରି ଖାଇଥିଲେ। କିନ୍ତୁ ପ୍ରଦୀପ ନିରାମିଷରେ ଭାତ, ଡାଲି, ତରକାରି ଖାଇଥିଲେ। ସକାଳେ ଚା’ ପିଇବା ପରେ ଜଳଖିଆରେ ଉପମା, ଘୁଗୁନି ମିଳିଥିଲା। ରାତିରେ ରୁଟି, ତରକାରି ଖାଇଥିଲେ।
The post ଜେଲ୍ରେ ଅଭୟକାନ୍ତ ପାଠକ, ପୁଅ ଆକାଶ ଖାଇଲେ ମାଛ, ପ୍ରଦୀପ ନିରାମିଷ first appeared on Sambad.
from ରାଜ୍ୟ – Sambad https://ift.tt/2VMkpvK
0 Comments