
ଭୁବନେଶ୍ୱର : ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଏକ୍ସପ୍ରେସ୍ ସମୟରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବରରୁ ଅପରାହ୍ଣ ୨ଟା ୧୦ରେ ଛାଡ଼ୁଥିବା ଏହି ଟ୍ରେନ୍ ଗତ ୫ ତାରିଖଠାରୁ ଅପରାହ୍ଣ ୧ଟା ୪୦ରେ ଭୁବନେଶ୍ବର ଷ୍ଟେସନ୍ ଛାଡ଼ି ରାତି ୯ଟାରେ ରାଉରକେଲାରେ ପହଞ୍ଚୁଛି। ସେହିପରି ଫେରିବା ବେଳେ ଏହା ଭୋର୍ ୫ଟା ୨୦ରେ ରାଉରକେଲାରୁ ବାହାରି ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚୁଛି। ଯାତ୍ରୀମାନେ ଏଥିପ୍ରତି ଗୁରୁତ୍ବ ଦେଇ ଷ୍ଟେସନକୁ ଆସିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ଗତ ୧ ତାରିଖଠାରୁ ପୂର୍ବତଟ ରେଳପଥ ମଧ୍ୟରୁ ଛାଡ଼ୁଥିବା ଟ୍ରେନ୍ଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ସ୍ବତନ୍ତ୍ର ଟ୍ରେନ୍ର ପରିବର୍ତ୍ତିତ ସମୟ ଜାଣିବା ଲାଗି ଯାତ୍ରୀମାନେ ରେଲୱେ ଇନ୍କ୍ବାରି ନମ୍ବର ୧୩୯କୁ ଯୋଗାଯୋଗ କରିବାକୁ ପୂର୍ବତଟ ରେଳପଥର ସିପିଆରଓ କେ.କେ ଖାଡ଼ଙ୍ଗା କହିଛନ୍ତି।
The post ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ୍ ସମୟ ପରିବର୍ତ୍ତନ first appeared on Sambad.
from ରାଜ୍ୟ – Sambad https://ift.tt/2IjlojW
0 Comments