
ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଯମ୍ଭୀରାଇ ପଞ୍ଚାୟତର ସୁନ୍ଦରକୁଲି ଗାଁରୁ ତିନି ଦିନ ତଳେ ନିଖୋଜ ହୋଇଥିବା ସାତ ବର୍ଷର ନାବାଳିକାର ମୃତ ଦେହ ଏକ ପୋଖରୀ ହୁଡ଼ାରୁ ଜବତ ହୋଇଥିବାର ଖବର ମିଳିଛି। ସୂଚନାଯୋଗ୍ୟ, ସୁନ୍ଦରକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ନୁପ୍ରିୟା ଶୁକ୍ରବାର ସକାଳଠାରୁ ନିଖୋଜ ହୋଇଯାଇଥିଲା। ଘରଲୋକେ ବହୁ ଖୋଜାଖୋଜି କରିଥିଲେ ବି ବିଷ୍ଣୁପ୍ରିୟାକୁ ପାଇନଥିଲେ। ଶେଷରେ ବଳରାମ ପାତ୍ର ଗତକାଲି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣାକୁ କେନ୍ଦ୍ର କରି ସୁନ୍ଦରକୁଲି ଗାଁରେ ଉତ୍ତେଜନା ଲାଗି ରହିଛି। ଏଣେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ମୁତୟନ କରାଯାଇଛି। ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
The post ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ! first appeared on Sambad.
from ରାଜ୍ୟ – Sambad https://ift.tt/384EC5A
0 Comments