
ଭୁବନେଶ୍ୱର: ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ପୁରସ୍କାର ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନିଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ସମସ୍ତ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ।ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥବା ବେଳେ ଏଥିରେ ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ସମାଜର ପ୍ରତ୍ୟେକ ନାଗରିକ ସାମିଲ ହୋଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ବ୍ୟାପକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ହେବ। ଏହି ସମୟ ସୁଦ୍ଧା ଆମକୁ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେବ। ସ୍ୱଚ୍ଛ ଭାରତ ଅଭିଯାନରେ ଅଧିକରୁ ଅଧିକ ବେସରକାରୀ ତୈଳ ଓ ଗ୍ୟାସ କମ୍ପାନି ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଓସିଏଲ, ବିପିସିଏଲ ଏବଂ ଓଏନଜିସି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା ବେଳେ ଏଚ୍ପିସିଏଲ ସ୍ୱତନ୍ତ୍ର ପୁରସ୍କାର ଗ୍ରହଣ କରିଥିଲା। ସେହିପରି ସ୍ୱଚ୍ଛତା ହିଁ ସେବାରେ ଏଚ୍ପିସିଏଲ ପ୍ରଥମ, ବିପିସିଏଲ ଦ୍ୱିତୀୟ ଓ ଆଇଓସିଏଲ ତୃତୀୟ ପୁରସ୍କାର ପାଇଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ଦୂର କରିବା ସହିତ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ନିମନ୍ତେ ଶ୍ରୀ ପ୍ରଧାନ ବିଜେତାମାନଙ୍କୁ ପ୍ରଶଂସା କରିଥିଲେ।
The post ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ପୁରସ୍କାର ସମାରୋହ first appeared on Sambad.
from ରାଜ୍ୟ – Sambad https://ift.tt/37jh8ur
0 Comments