ଇଂରାଜୀ, ବିଜ୍ଞାନ ବିଷୟର ଭିଡିଓ ପଠାଇଲା ବୋର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ୨୦୨୧ରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଓ ସାଧାରଣ ବିଜ୍ଞାନ ବିଷୟର ଶିକ୍ଷାଦାନ ଭିଡିଓ(ଟିଚିଂ ଭିଡିଓ) ପ୍ରସ୍ତୁତ କରାଯାଇଛି। ସଂକ୍ଷିପ୍ତ ତଥା ନୂତନ ପାଠ୍ୟକ୍ରମ ଅନୁସାରେ ପ୍ରସ୍ତୁତ ‌ଏହି ଭିଡିଓ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ। ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ଛଡାଯିବା ସହିତ ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍‌ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ କରୋନା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ଥିବା କାରଣରୁ ପିଲାମାନେ କ୍ଲାସ୍‌ରୁମ୍ ଟିଚିଂରୁ ବଞ୍ଚିତ ହେଉଥିବାରୁ ବୋର୍ଡ ପକ୍ଷରୁ ଏପରି ବିକଳ୍ପ ବ୍ୟବସ୍ଥା କରାଯାଇଛି। ଖୁବ୍‌ ଶୀଘ୍ର ଗଣିତ ବିଷୟର ଏହିପରି ଟିଚିଂ ଭିଡିଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଛଡ଼ାଯିବ ବୋଲି ବୋଲି ବୋର୍ଡର ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

The post ଇଂରାଜୀ, ବିଜ୍ଞାନ ବିଷୟର ଭିଡିଓ ପଠାଇଲା ବୋର୍ଡ first appeared on Sambad.



from ରାଜ୍ୟ – Sambad https://ift.tt/2VwlyHC

Post a Comment

0 Comments