କୁମ୍ପି‌ରେ ସଞ୍ଚିତ ଟଙ୍କାକୁ କାଟିଦେଲା ମୂଷା

କୋରେଇ/ବ୍ୟାସନଗର : କୁମ୍ପିରେ ସଞ୍ଚିଥିଲେ ଟଙ୍କା। ଆବଶ୍ୟକ ବେଳେ କାମରେ ଆସିବ ବୋଲି ଭାବିଥିଲେ। ହେଲେ ମାଟିକୁମ୍ପିକୁ କଣା କରି ମୂଷା କାଟି ପକାଇଲା ଲକ୍ଷାଧିକ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ୟା‌ସନଗର ପୌରାଞ୍ଚଳରର ଦଳା ଗ୍ରାମରେ।

ଦଳା ଗ୍ରାମର ନୀଳକଣ୍ଠ ସାମଲ (କାଠିଆ) ନାମକ ଯୁବକ ଉଠା ଜଳସେଚନ ବିଭାଗରେ କାମ କରନ୍ତି। ଦୀର୍ଘଦିନ ଧରି ଶ୍ରୀ ସାମଲ ଏକ ମାଟି କୁମ୍ପିରେ ଟଙ୍କା ସଂଚୟ କରୁଥିଲେ। କୌଣସି କାମ ପାଇଁ ଟଙ୍କାର ଆବଶ୍ୟକ ପଡିବାରୁ ଆଜି କୁମ୍ପିଟିକୁ ଭାଙ୍ଗିଥିଲେ। ହେଲେ ଦେଖିବା ବେଳେକୁ ନୋଟ୍‌ ଗୁଡ଼ିକ ଟୁକୁରା ଟୁକୁରା ହୋଇଯାଇଛି। କୁମ୍ପିଟିକୁ ମୂଷା କଣା କରି ସେଥିିରେ ଥିବା ଟଙ୍କାଗୁଡ଼ିକୁ ନଷ୍ଟ କରି ଦେଇଛି। ଏହାଦେଖି ଶ୍ରୀ ସାମାଲ ଅବାକ୍‌ ହୋଇଯାଇଥିଲେ। କୁମ୍ପିରେ ଲକ୍ଷାଧିକ ଟଙ୍କା ରଖିଥିଲେ ବୋଲି ସେ କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post କୁମ୍ପି‌ରେ ସଞ୍ଚିତ ଟଙ୍କାକୁ କାଟିଦେଲା ମୂଷା first appeared on Sambad.



from ରାଜ୍ୟ – Sambad https://ift.tt/2JvAm6X

Post a Comment

0 Comments