ରାଉରକେଲାରେ ଭାରତ ବନ୍ଦର ପ୍ରଭାବ: ଅଟକିଲା ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ, ଟ୍ରେନ ଅଟକ ରଖିବାକୁ ନେଇ ଉତ୍ତେଜନା

ରାଉରକେଲା : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି।

କେନ୍ଦ୍ରର ନୂଆ କୃଷିନୀତିକୁ ବିରୋଧ କରି ରାଉରକେଲାରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଗଠନ, ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଭାରତ ବନ୍ଦ କରାଯାଇଛି l ରାସ୍ତାକୁ ଓଲ୍ହାଇଛନ୍ତି ଶତାଧିକ ଶ୍ରମିକ ସଙ୍ଗଠନର ନେତା ଓ କର୍ମୀ l ବିର୍ସା ମୁଣ୍ଡା ଛକରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି l ପିକେଟିଂ କରି ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ କରୁଛନ୍ତି l ଫଳରେ ରାଉରକେଲା ନୂଆ ବସ ଷ୍ଟାଣ୍ଡରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ ଅଟକି ରହିଛି l ଅନୁରୂପ ଭାବେ ବଣାଇ, କୋଇଡା, ରଜାମୁଣ୍ଡା, ପୁଟୁଗାଁ, ରକ୍ସିରେ ବନ୍ଦ ପାଳନ ପ୍ରଭାବ ଦେଖିବାକୁ ପଡିଛି l ରକ୍ସିରେ ଶ୍ରମିକ ଟ୍ରେନ ଅଟକ ରଖିବାରୁ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଛି l

The post ରାଉରକେଲାରେ ଭାରତ ବନ୍ଦର ପ୍ରଭାବ: ଅଟକିଲା ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ, ଟ୍ରେନ ଅଟକ ରଖିବାକୁ ନେଇ ଉତ୍ତେଜନା first appeared on Sambad.



from ରାଜ୍ୟ – Sambad https://ift.tt/2VQnISF

Post a Comment

0 Comments