
ଗଜପତି: ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ର ତନୟା ନଦୀରୁ ମିଳିଲା ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ। ଆଜି ସକାଳେ କିଛି ଲୋକେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳ ଅଚାନକ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପାରଳା ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ପୁଲିସ ଏହାର ତଦନ୍ତ ଜାରି ରଖିଛି।
The post ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର first appeared on Sambad.
from ରାଜ୍ୟ – Sambad https://ift.tt/3qE7g63
0 Comments